ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣା : ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

143

କନକ ବ୍ୟୁରୋ : ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରା । ଆଜି ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଗତକାଲି ରାତିରେ ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ବାଲିପାଟଣା ଅଚ୍ୟୁତପୁର ଅଞ୍ଚଳରୁ ବାନ୍ଧିଥିଲା ପିପିଲି ପୋଲିସ ।

ସମ୍ପର୍କୀୟଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ରାତି ଅଧିଆ ଚଢଉ ହୋଇଥିଲା । ଗତକାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତହେଦ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପିପିଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକଙ୍କ ଜଣକ ନୂଆଶାସନର ଲିକୁନା ବେହେରା ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ ଆଧାର କରି ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଯୁବକଙ୍କ ବଡ଼ ଭାଇ ଅଭିଯୋଗ ଆଣିଛନ୍ତି ।

୨୦୦୨ ପଟ୍ଟନାୟିକିଆ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ଅଭିଯୁକ୍ତ ରମାକାନ୍ତ ବେହେରା ସଂପୃକ୍ତ ଥିଲା । ଏହି ଘଟଣାରେ ସେ ଜେଲ୍ ମଧ୍ୟ ଯାଇଥିଲା । ଏହା ସହ ସେ ଅନେକ ଛୋଟ ମୋଟ ଅପରାଧରେ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଛି । ଲିକୁନାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ରମାକାନ୍ତ ହତ୍ୟା କରିଥିବା କୁହାଯାଉଛି । ଗତକାଲି ଯୋଜନାବଦ୍ଧ ଭାବେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ପହଞ୍ଚିଥିଲେ । ଲିକୁନାଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହା ପରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ୨ ଜଣ ମାଡି ବସିବା ପରେ ଅନ୍ୟ ଜଣେ ତାଙ୍କୁ ଆକ୍ରମଣ କରିଥିଲେ ।