Daily Archives

July 19, 2023

କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ପୁଣି ଗଲା ଜଣକର ଜୀବନ ।

କନକ ବ୍ୟୁରୋ: କଟକକୁ କାଳ ସାଜିଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ପଡି ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବାବେଳେ, ନରସୀମା ରାଓ ନାମକ ଜଣେ ସଫେଇ କର୍ମଚାରୀ, ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା…

ଜଳବନ୍ଦୀ ମାଲକାନଗିରି ଜିଲ୍ଲା । ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ମାଲକାନଗିରିଠାରୁ ମୋଟୁ ଦେଇ ଆନ୍ଧ୍ର,…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ଗତ ତିନି ଦିନ ଧରି ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘରୁ ବାହାରିବା ଏବେ କଷ୍ଟକର ହୋଇ ପଡିଥିବାବେଳ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିଛି ସମଗ୍ର…

ଦୁଇ ମାସର ବୈବାହିକ ଜୀବନକୁ ସାରିଦେଲା ସାପ, ସ୍ୱାମୀ ବୋଲବମ୍ ପାଣି ନେଇ ଯାଇଥିବା ବେଳେ ସାପ କାମୁଡାରେ ସ୍ତ୍ରୀ ମୃତ

କନକ ବ୍ୟୁରୋ : ପାଦରୁ ଅଳତା ଲିଭିନି, କିନ୍ତୁ ଜୀବନ ଦୀପ ଲିଭିଗଲା । ସ୍ୱାମୀ ବୋଲବମ୍ ପାଇଁ ପାଣି ଭାର ନେଇ ଯାଇଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ବିବାହ ମାତ୍ର ଦୁଇ ମାସରେ ସାପ କାମୁଡାରେ ଚାଲି ଯାଇଛି ନବବଧୂର ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଆଇତି ଗାଁରେ ଏମିତି ଏକ…

ମଣିଷ ବଦଳରେ ମେସିନ କରୁଛି କାମ,  ବୁଗୁଡାରେ ଜେସିବି ଲଗାଇ ପୋଖରୀ ଖୋଳୁଛନ୍ତି ସମିତି ସଭ୍ୟ

କନକ ବ୍ୟୁରୋ : ଲୋକଙ୍କୁ ମିଳୁନି କାମ । ହେଲେ ଗାଁ ଗୁଡିକରେ ସରକାର ଯୋଗାଉଥିବା କାମରେ ଲାଗିଛି ମେସିନ୍ । ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ ଗୋଲବନ୍ଧ ପଂଚାୟତରେ ଚାଲିଛି ପୋଖରୀ ଖୋଳା କାମ । ଏଥିରେ ମଣିଷ ବଦଳରେ ଲାଗିଛି ମେସିନ୍ । ଜେସିବି ଦ୍ୱାରା ଖୋଳାଯାଉଛି ପୋଖରୀ । ଯାହାକୁ ନେଇ ଲୋକଙ୍କ…

କିଡନୀ ରୋଗରେ ପୀଡିତ ସୁନ୍ଦରଗଡର ଆରିଫ ଫାତିମା । କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ଆଖିରେ ଆଖିଏ ସ୍ୱପ୍ନ । ଡାକ୍ତର ହୋଇ କିଡନୀ ରୋଗୀଙ୍କ ଚିକିତ୍ସା କରିବାକୁ ଇଛା । ହେଲେ କିଡନୀ ରୋଗ ଯୋଗୁଁ କୁନି ଝିଅର ଜୀବନ ପାଲଟି ଯାଇଛି ଯନ୍ତ୍ରଣା । ରୋଗ ପାଇଁ ପାଠ ପଢିବା, ଖେଳିବା, ଖାଇବା ଓ ବୁଲାବୁଲି କରିବା, ସବୁଥିରେ କଟକଣା ଲାଗିଯାଇଛି । ଏବେ ଜୀବନ କହିଲେ, କେବଳ…

ଅଙ୍ଗନବାଡି ଘରେ ତାଲା ପକାଇଛି ଠିକାଦାର, ଅଙ୍ଗନୱାଡି କର୍ମୀଙ୍କ ମାଟି ପିଣ୍ଡାରେ ବସି ପଢୁଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ : ନବନିର୍ମିତ ଅଙ୍ଗନବାଡି ଗୃହକୁ ତାଲା ପକାଇ ରଖିଛି ଠିକାଦାର । ତେଣୁ ପିଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତରଗାବାଲି ଗାଁରେ ଏଭଳି ଦେଖିବାକୁ ମିଳିଛି । ଏଠାରେ ଅଙ୍ଗନବାଡି କର୍ମୀଙ୍କ ମାଟି ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ କୁନି…