ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍, ପଟିଆଲା ହାଉସ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍

665

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ତରଫରୁ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍ ଦିଆଯାଇଛି । ସେପଟେ ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଗୋଟିଏ ଚାର୍ଜସିଟ୍ ୬ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ହୋଇଥିବା ଯାଂଚର ରିପୋର୍ଟ ରାଓଜ ଏଭିନ୍ୟୁ କୋର୍ଟରେ ଦାଖଲ କରାଯାଇଥିବା ବେଳେ ଅନ୍ୟ ଚାର୍ଜସିଟ୍ ଟି ପଟିଆଲା ହାଉସ କୋର୍ଟରେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ହୋଇଥିବା ଯାଂଚ ରିପୋର୍ଟ ଦାଖଲ କରାଯାଇଛି । ନାବାଳିକା ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

ସୂଚନା ଥାଉକି ୭ଜଣ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖରେ ଦିଲ୍ଲୀ ପୋଲିସ ନିକଟରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୮ ଏପ୍ରିଲରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଥମ ମାମଲା ୬ଜଣ ସାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ବେଳେ ଦ୍ୱିତୀୟ ମାମଲା ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।

ହେଲେ କିଛିଦିନ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ନାବାଳିକା ଜଣଙ୍କ ତାଙ୍କର ବୟାନ ବଦଳାଇଦେଇଥିଲେ । ପ୍ରଥମ ବୟାନରେ ନାବାଳିକା ଜୁସ୍ତିଯୋଦ୍ଧା ଜଣଙ୍କ କହିଥିଲେ କି ବ୍ରିଜଭୂଷଣ ସିଂ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ କହିଥିଲେ କି ବ୍ରିଜଭୂଷଣ ତାଙ୍କ ସହ ଭେଦଭାବ କରିଥିଲେ ।