ସର୍ବଭାରତୀୟସ୍ତରରେ କୀର୍ତ୍ତିମାନ ସ୍ଥାପନ କଲା ‘ପ୍ରୟାସ’ : ୮୨ ଛାତ୍ରଛାତ୍ରୀ ରଖିଛନ୍ତି ୬୦୦ରୁ ଉର୍ଦ୍ଧ୍ୱ ନମ୍ବର

1,296

କନକ ବ୍ୟୁରୋ : ସର୍ବଭାରତୀୟସ୍ତରରେ ନିଟ୍  ପ୍ରବେଶିକା ପରୀକ୍ଷାରେ କୀର୍ତ୍ତିମାନ ସ୍ଥାପନ କରିଛି ପ୍ରୟାସ କ୍ଲାସେସ୍  । ବ୍ୟାସନଗର ସହରରେ ୨୦୧୬ରେ ପ୍ରତିଷ୍ଠିତ ପ୍ରୟାସ କେବଳ ସାରା ଓଡ଼ିଶାରେ ନୁହେଁ ଏବେ ସମଗ୍ର ଭାରତରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଛି । ଅନୁଷ୍ଠାନର ମାତ୍ର ୭ ବର୍ଷର ଅଦମ୍ୟ ଚେଷ୍ଠା ଓ ତ୍ୟାଗବଳରେ ଡାକ୍ତରୀ ପାଠ ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟରେ ଆସ୍ଥାଭାଜନର ପ୍ରଥମ ସ୍ଥାନ ଅଧିକାର କରିଛି ।

ଚଳିତ ବର୍ଷ ନିଟ୍ ପରୀକ୍ଷାରେ ୧୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶତାଧିକ ପରୀକ୍ଷାର୍ଥୀ ସରକାରୀ ମେଡ଼ିକାଲ କଲେଜରେ ନାମ ଲେଖାଇବାର ଗୌରବ ଅର୍ଜନ କରିଛନ୍ତି । ତନ୍ମଧ୍ୟରୁ ୮୨ ଜଣ ୬ଶହରୁ ଅଧିକ ନମ୍ବର ରଖି ଥିବାବେଳେ ୩୬ ଜଣ ୬୫୦ରୁ ଉର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇ ଏମ୍ସ ଭଳି ମର୍ଯ୍ୟାଦାଜନକକ କଲେଜରେ ନାମ ଲେଖାଇବାର ଯୋଗ୍ୟତା ଅର୍ଜନ କରିଛନ୍ତି । ଚଳିତବର୍ଷ ଫ୍ରେସର୍ ଭାବେ ୧୦ଜଣ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାକୁ କୃତୀତ୍ୱ ହାସଲ କରିବା ସାରାରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଛି । ସତ୍ୟକାନ୍ତ ବେହେରା ୭ଶହରୁ ୬୯୦ ରଖି ଅନୁଷ୍ଠାନର ଟପ୍ପର ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ୮୮୫ ସିରିଏଲ ନମ୍ବରରେ ରହିଛନ୍ତି ।

ଗୌରବ ଭୂୟାଁ ୬୮୫ ରଖି ସର୍ବଭାରତୀୟସ୍ତରରେ ୧୨୨୯ ସିରିଏଲ, ଆଦିତ୍ୟ ମିଶ୍ର ୬୮୫, ଜ୍ୟୋତିରାଦିତ୍ୟ ଜେନା ୬୮୧, ଶ୍ରିତମ୍ ଦାସ ୬୮୦, ଶୃତିପ୍ରଜ୍ଞା ମହାପାତ୍ର ୬୮୦, ପାର୍ଥସାରଥୀ ରଣା ୬୭୬, ଶୁଭକାନ୍ତ ପଣ୍ଡା ୬୭୬, ଅଭିନାଶ ଜେନା ୬୬୬, ସ୍ୱାତୀରେଖା ମହଲା ୬୬୫ ନମ୍ବର ରଖି ଅନୁଷ୍ଠାନର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି । ୨୦୨୦ରେ ପ୍ରୟାସର ପ୍ରଥମେ ୨୭ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ କୃତକାର୍ଯ୍ୟ ହୋଇଥିଲେ । ୨୦୨୧ରେ ୪୦ ରୁ ୨୬, ୨୦୨୨ରେ ୮୦ ରୁ ୫୮ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ଏବର୍ଷ ଉକ୍ରର୍ସର ଶୀର୍ଷ ଛୁଇଁଛି ପ୍ରୟାସ ।

ଏବେ କେବଳ  ସାରା ରାଜ୍ୟରେ ନୁହଁ ସର୍ବ ଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ପ୍ରଥମ ପସନ୍ଦ ଓ ଭରସାଯୋଗ୍ୟ ହୋଇପାରିଛି । ପ୍ରୟାସର ଚେୟାରମ୍ୟାନ୍  ନିହାର ରଞ୍ଜନ ଦାସ ଅଭୁତପୂର୍ବ ସଫଳତା ହାସଲ ରିଥିବା ଛାତ୍ରଛାତ୍ରୀ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଅଭିଭାବକଙ୍କୁ  ଶୁଭେଚ୍ଛା, ଶୁଭକାମନା ଜଣାଇ ସେମାନେ ଶିକ୍ଷାନୁଷ୍ଠାନର ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କହିଛନ୍ତି । ଡାକ୍ତରୀ ପାଠପଢ଼ି ସାରିବା ପରେ ଘରୋଇ ଚିକିତ୍ସା କଲାବେଳେ ଆର୍ଥିକ ଅନଗ୍ରସର ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କଲେ ପ୍ରୟାସ ପାଇଁ ତାହା ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ଗୁରୁଦକ୍ଷିଣା ହେବ ବୋଲି ଶ୍ରୀ ଦାସ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।