କେବେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର ? ବିଭିନ୍ନ ମହଲରୁ ତେଜୁଛି ଦାବି । ସ୍ୱର ଉଠାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

87

କନକ ବ୍ୟୁରୋ: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ସବୁଆଡୁ ଦାବି ଜୋର ଧରିଥିବା ବେଳେ ଏନେଇ ନିଷ୍ପତି ନେଇପାରୁନିି ମନ୍ଦିର ପ୍ରଶାସନ । ସ୍ଥାନୀୟ ଲୋକେ, ଭକ୍ତ ଓ ରାଜନେତାଙ୍କ ପରେ ଏବେ ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ ଦାବି କରିଛନ୍ତି, ଖୁବଶୀଘ୍ର ଅତିକମରେ ଗୋଟିଏ ଦ୍ୱାର ଖୋଲାଯାଉ ।

  • ଝୁଲିଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ
  • ସ୍ୱର ଉଠାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ସବୁଆଡୁ ଦାବି ଜୋର ଧରିଲାଣି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପ୍ରଶାସନ ଏହାକୁ ଏବେ ବି ଝୁଲାଇ ରଖିଛନ୍ତି । ସ୍ଥାନୀୟ ଲୋକେ, ଭକ୍ତ ଓ ରାଜନେତାଙ୍କ ପରେ ଏବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଦାବି କରିଛନ୍ତି । ପୁରୀର ବାସିନ୍ଦା ଭାବେ ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ପକ୍ଷେ ଗୋଟିଏ ଦ୍ୱାର ତୁରନ୍ତ ଖୋଲିବାକୁ ସେ ଦାବି କରି ଟ୍ୱିଟ କରିଛନ୍ତି ।

ଟ୍ୱିଟରେ ସେ ଲେଖିଛନ୍ତି, ଖୁବଶୀଘ୍ର ଗୋଟିଏ ଦ୍ୱାର ଖୋଲାଯାଉ । ଅନ୍ୟ ଦ୍ୱାର ଖୋଲାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଗଠନ କରିଥିବା କମିଟି ନେବ । ଆଉ ତୁରନ୍ତ ଗୋଟିଏ ଦ୍ୱାର ନ ଖୋଲିଲେ ସୋମବାର ସକାଳେ ପଶ୍ଚିମଦ୍ୱାର ଆଗରେ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ।

  • ଚାରିଦ୍ୱାର ଖୋଲିବାକୁ କେବେ ନିଷ୍ପତ୍ତି ନେବ ପ୍ରଶାସନ?
  • ଜୋରଦାର ହେଲା ଦସ୍ତଖତ ଅଭିଯାନ

ଛତିଶାନିଯୋଗ ବୈଠକରେ ଚାରିଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ କମିଟି ଗଠନ କରି ଦିନ ଗଡାଇଚାଲିଛନ୍ତି । ଭକ୍ତ କିନ୍ତୁ ଖରା ବର୍ଷାରେ ସିଂହଦ୍ୱାରରେ ଲମ୍ବା ଲାଇନରେ ଠିଆ ହୋଇ କଲବଲ ହେଉଛନ୍ତି । ତେଣୁ ଚାରିଦ୍ୱାର ଖୋଲିବା ଦାବି ଜୋରଦାର ହେଉଛି । ପୁରୀ ବାସିନ୍ଦା ଓ ସ୍ଥାନୀୟ ସଙ୍ଗଠନ ଏଥିପାଇଁ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି । ପୁରୀ ସଚେତନ ନାଗରିକ ମଞ୍ଚ ଏକ ଲକ୍ଷ ଦସ୍ତଖତ ଅଭିଯାନକୁ ଜୋରଦାର କରିଛି । ଲକ୍ଷେ ଦସ୍ତଖତକୁ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟେରେ ପଠାଇବ ।

ଶନିବାରଦିନ ଚାରିଦ୍ୱାର ଖୋଲିବା ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ମତ ଦେଇଥିଲେ । ପ୍ରଶ୍ନ ଉଠୁଛି, କେବେ ଦୂର ହେବ ଭକ୍ତଙ୍କ ସମସ୍ୟା? କାହିଁକି ଭକ୍ତମାନେ ବଡଦାଣ୍ଡରେ ଦୀର୍ଘସମୟ ଧରି ଛିଡାହେବେ? ଭକ୍ତଙ୍କୁ କାହିଁକି କଲବଲ କରାଯାଉଛି ?