ଭୋଟ ଦେବାକୁ ଆସୁନାହାନ୍ତି ରାଜଧାନୀବାସୀ । ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ୩୩ ପ୍ରତିଶତ ମତଦାନ ।

698

କନକବ୍ୟୁରୋ: ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ ହୋଇଛି । ମୋଟ ୩୫ ଦଶମିକ ୬୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ସମ୍ବଲପୁରରେ ସର୍ବାଧିକ ୩୮ ଦଶମିକ ୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀରେ ୩୩ ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ମଧ୍ୟରେ ସର୍ବନିମନ୍ନ ୨୩.୦୧ ପ୍ରତିଶତ ଭୋଟର ମତଦାନ କରିଛନ୍ତି ।