ଆଳି ମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସ୍ମୃତି ଇରାନୀ । କହିଲେ, ତାମିଲ ରିମୋର୍ଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର, ବିଜେପି ସରକାର ଆସିଲେ ହେବ ମେଡିକାଲ କଲେଜ

145

କନକ ବ୍ୟୁରୋ : ଚଳିତ ନିର୍ବାଚନରେ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ଆସି ଓଡିଶାରେ ିର୍ବାଚନ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପିରେ ଫାୟାରବ୍ରାଣ୍ଡ ନେତ୍ରୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ ତାଙ୍କର ଭାଷଣ ପ୍ରଥମେ ଓଡିଆରେ ଆରମ୍ଭ କରିଥିବା ବେଳେ ଆରମ୍ଭରୁ ଝୁଣ୍ଟି ଥିଲେ । ଏହାପରେ ସେ ହିନ୍ଦୀରେ ଭାଷଣ ଦେଇଥିଲେ । ଏଠାରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରଥମେ ସେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏହାପରେ ସେ ପରୋକ୍ଷରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ କି ଯେଭଳି ଭାବେ ଆମେଠୀରୁ କଂଗ୍ରେସ ବାହାର ହୋଇଗଲା ସେହିଭଳି ଏଠାରୁ ଖୁବଶୀଘ୍ର ତାମିଲନାଡୁର ରିମୋର୍ଟ କଣ୍ଟ୍ରୋଲ ତାମିଲନାଡୁ ଚାଲିଯିବେ । ଏନେଇ ସେ ଲୋକଙ୍କର ସହଯୋଗ ଲୋଡିଥିଲେ ।

ସେହିଭଳି ରାଜ୍ୟ ସରକାରଙ୍କୁ ସ୍ମୃତି ଇରାନୀ ଅନେକଗୁଡିଏ ପ୍ରଶ୍ନ କରିଛନ୍ତି । ସ୍ମୃତି କହିଛନ୍ତି କି, କେନ୍ଦ୍ରାପଡା ଲୋକ ବର୍ଷ ବର୍ଷ ଧରି ଏକ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରୁଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରାପଡାବାସୀଙ୍କ ଦାବିକୁ କାହିଁକି ଅଣଦେଖା କରୁଛନ୍ତି । ସେପଟେ ସ୍ମୃତି ଇରାନୀ ବୈଜୟନ୍ତ ପଣ୍ଡାଙ୍କୁ କୃଷ୍ଣଙ୍କ ଅବତାର ବୋଲି ବର୍ଣ୍ଣନା କରିବା ସହ ବିଜେଡିକୁ ମହାଭାରତର କୌରବ ବୋଲି କଟାକ୍ଷ କରିଛନ୍ତି ।