ଭାରତ-ପାକିସ୍ତାନ ବିବାଦୀୟ ମ୍ୟାଚ: ଯେବେ ସୋଏବ ଅଖତରଙ୍କୁ ଏମିତି ଜବାବ ଦେଇଥିଲେ ସେହୱାଗ 

277

କନକ ବ୍ୟୁରୋ: ଅଗଷ୍ଟ ୨୭ରେ ୟୁଏଇରେ ଏସିଆ କପ ହେବାକୁ ଯାଉଛି । ଆଉ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିଛି । ୨୮ ଅଗଷ୍ଟରେ ଦୁଇ ଦଳ ପୁଣି ମୁହାଁମୁହିଁ ହେବେ । ଶେଷଥର ପାଇଁ ୨୦୨୧ ଟି-୨୦ ବିଶ୍ୱକପରେ ଏହି ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ତେବେ ଯେତେବେଳେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି ସେତେବେଳେ ଉଭୟ ଖେଳାଳିଙ୍କ ମଧ୍ୟରେ ଜୋସ ଦେଖିବାକୁ ମିଳିଥାଏ । ଅନେକ ଲଢେଇ ମଧ୍ୟ ଅତୀତରେ ସାମ୍ନାକୁ ଆସିଛି ।

ଆଜି ସେମିତି ଏକ ଲଢେଇର ଖୁଲାସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ସେ କହିଛନ୍ତି, ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଯେମିତି ଲଢେଇ ହେଉଛି , ସେମିତି ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟ ହୋଇଥାଏ । ଏଥିରେ ଖାସ କଥା ଏହା କି ଦୁହିଁଙ୍କ ଭାଷା ଏକାପ୍ରକାରର । ଯେଉଁଥିରେ ସ୍ଲେଜିଂ ସହ ଗାଳିଗୁଲଜ ବି ଖେଳାଳିମାନେ କରିଥାନ୍ତି ।

ଯେବେ ସେହୱାଗ ୩୦୦ ରନ କରିଥିଲେ ସେତେବେଳେ ଅଖତର ତାଙ୍କୁ ବାଉନସର ମାରିଥିଲେ ଆଉ କହିଥିଲେ ମାରିକି ଦେଖାଅ । ଆଉ ଏହାର ଜବାବରେ ସେହୱାଗ କହିଥିଲେ ନନଷ୍ଟ୍ରାଇକରେ ସଚିନ ଛିଡାହୋଇଛନ୍ତି ତାଙ୍କୁ ବାଉନସର ମାରିକି ଦେଖାଅ । ଏହାପରେ ଅଖତର ସଚିନଙ୍କୁ ବାଉନସର ପକାଇଥିଲେ । ହେଲେ ସଚିନ ସେହି ବଲକୁ ଛକା ମାରିଥିଲେ । ଆଉ ସେତେବେଳେ ସେହୱାଗ ସୋଏବ ଅଖତରଙ୍କୁ କହିଥିଲେ ‘ବାପ ବାପ ହୋତା ହେ, ବେଟା ବେଟା’ ।