ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ୧୦.୪୧ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟାଜଳ ।

129

କନକ ବ୍ୟୁରୋ: ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ, ବର୍ତ୍ତମାନ ନଦୀରେ ୧୦.୪୧ ମିଟରର ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ମିଳିଥିବା ସୂଚନା ମୁତାବକ, ୩ ଘଣ୍ଟରେ ୧ ଫୁଟରୁ ଅଧିକ ବଢୁଛି ଜଳସ୍ତର । ଯାହା ଫଳରେ ବାଲେଶ୍ୱରର ୪ ବ୍ଳକକୁ ଘନଉଛି ବିପଦ । ଅପରାହ୍ନ ୩ଟାରେ ନଦୀରେ ୧୦.୪୧ ଫୁଟରେ ଜଳ ପ୍ରବାହିତ ହେଉଥିବା ସୂଚନା ଦେଇଥିଲା ଜଳସମ୍ପଦ ବିଭାଗ । ଯାହାକି ୧୨ଟାରେ ଥିଲା ୯.୬୨ ମିଟର । ତେବେ ଏକ ଘଣ୍ଟାରେ ଏକ ମିଟରରୁ ଅଧିକ ବଢୁଛି ନଦୀର ଜଳସ୍ତର । ପୂର୍ବରୁ ଜାମସୋଳା ଘାଟରେ ମଧ୍ୟ ବିପଦ ସଂକେତଠୁ ପ୍ରାୟ ୪ମିଟର ଉପରେ ପ୍ରବାହିତ ହେଉଥିଲା ଜଳସ୍ତର । ସେଠାରେ ମଧ୍ୟ ଆହୁରି ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି । ଆଜି ରାତି ସୁଦ୍ଧା ମୟୁରଭଞ୍ଜ ସହ ବାଲେଶ୍ୱରର ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱରରେ ତାଣ୍ଡବ ରଚାଇପାରେ ବନ୍ୟାଜଳ ।