ଘଷିପୁରାରେ ବଦ୍ରି ପାତ୍ର ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି । ଆକ୍ରମଣରେ ସ୍ୱାଧାନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥକ ଆହତ ।

156

କନକବ୍ୟୁରୋ :ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ । ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ବସନ୍ତ ଚକ୍ର । ଘଷିପୁରା ବ୍ଲକ ପଣ୍ଡୁଆ ପଂଚାୟତରେ ଏହି ଆକ୍ରମଣ ହୋଇଛି । ଖବର ଅନୁସାରେ, ବସନ୍ତ ଚକ୍ର କୁକୁଡା ଫାର୍ମାରେ ଥିବା ସମୟରେ ୫ରୁ ୭ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ । ଆକ୍ରମଣରେ ବସନ୍ତ ଚକ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ବସନ୍ତ ଚକ୍ରଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ହସପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଥାନା ଆଇଆଇସି ବି ପଂହଚି ତଦନ୍ତ କରିଛନ୍ତି । ଘଷିପୁରାରେ ବଦ୍ରି ପାତ୍ର ଓ ତାଙ୍କ ସମର୍ଥକ ଦୀର୍ଘଦିନ ଧରି ଗୁଣ୍ଡାରାଜ ଚଳାଇଛନ୍ତି । ପ୍ରଶ୍ନ ଉଠୁଛି, ଘଷିପୁରାରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପୁଲିସ କାହିଁକି କିଛି କାର୍ଯ୍ୟାନୁଷ୍ଠାନ କରୁନାହିଁ । ଏହି ଆକ୍ରମଣ ଘଟଣାରେ ପୁଲିସ କାହିଁକି ନୀରବଦ୍ରଷ୍ଟା ସାଜିଛି । ଘଟଣାରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ କି ?

ପୁଲିସ ମହାନିର୍ଦ୍ଦେଶକ ବି କାର୍ଯ୍ୟାନୁଷ୍ଠାନ ନେବେ କି? ଘଷିପୁରାରେ ପାଲିସ ପକ୍ଷପାତିତା ଅଭିଯୋଗ ଆଣି ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଘଷିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଧାରଣା ଦେଇଥିଲେ । ନିଜର ଶହ ଶହ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ ସୌମ୍ୟରଞ୍ଜନ । ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରରୋଚନା ଓ ଚାପରେ ପୁଲିସ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଗିରଫ କରୁଥିବାର ଅଭିଯୋଗ ଆଣିଥିଲେ ସୌମ୍ୟ । ମଙ୍ଗଳବାରଦିନ ସୌମ୍ୟରଞ୍ଜନଙ୍କୁ ସମର୍ଥନ କରୁଥିବା ୮ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ପୁଲିସ ଏଭଳି କରିଥିବା କହିଛନ୍ତି ସୌମ୍ୟ ।