ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଯଦି ବର୍ଷା ହୁଏ? ତେବେ କିଏ ହେବ ବିଜେତା?

1,528

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା । ଏହି ମ୍ୟାଚର ୪ ଦିନ ଶେଷ ହୋଇଥିବା ବେଳେ ଆଜି ୫ମ ଦିନରେ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ କାହା ସପକ୍ଷରେ ଫଳାଫଳ ଯିବ ତାହା କହିବା ଏବେ ବି ମୁସ୍କିଲ । କାରଣ ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୨୮୦ ରନର ଆବଶ୍ୟକତା ଥିବା ବେଳେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆବଶ୍ୟକ ୭ଟି ୱିକେଟ । ଯେହେତୁ କୋହଲି ଓ ରାହାଣେ ଅପରାଜିତ ରହିଛନ୍ତି ତେଣୁ ଟିମ୍ ଇଣ୍ଡିଆର ବିଜୟର ଅଧିକ ସମ୍ଭାବନା ରହିଛି । କିନ୍ତୁ ଏହି ରୋମାଞ୍ଚକର ମ୍ୟାଚରେ ବର୍ଷା ସାଜିପାରେ ବଡ ବାଧକ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରବିବାର ବର୍ଷାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ସେହଭଳି ଆକାଶ ମେଘାଚ୍ଛନ ରହିପାରେ । ଏହାସତ୍ତେ୍ୱ ମଧ୍ୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି ।

ଯଦି ବର୍ଷା ପାଇଁ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ହୁଏ ତେବେ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳାଯିବ । ଅଥାର୍ତ ରବିବାର ମ୍ୟାଚ୍ ହୋଇ ନ ପାରିଲେ ସୋମବାର ମଧ୍ୟ ମ୍ୟାଚ୍ ଖେଳାଯାଇପାରିବ । ତେବେ ରିଜର୍ଭ ଡେ’ରେ ଯଦି ମ୍ୟାଚ୍ ହୋଇନପାରିଲା ତେବେ ଫଳାଫଳ ଡ୍ରରେ ଶେଷ ହେବ । ଏଭଳିସ୍ଥିତିରେ ଉଭୟ ଭାରତ-ଅଷ୍ଟ୍ରେଲିଆକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଭାରତ ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଖେଳୁଛି । ୨୦୨୧ରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ ।