ବାଜିରେ ଇମ୍ରାନ ଖାନଙ୍କ ଶାସନ ଗାଦି: ଗୃହକାର୍ଯ୍ୟ ଚାଲି ନପାରିବାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂର ପୁଣି ଘୁଂଚିଲା ତାରିଖ

88

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ଇମରାନ ଖାନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଇମରାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖ ଭୋଟ ହେବ ବୋଲି ଜଣାପଡିଛି । ଯାହାକୁ ନେଇ ଏବେ ପୁଣି ଇମରାନ ଖାନଙ୍କ ଚିନ୍ତା ବଢିବାରେ ଲାଗିଛି ।

ସୋମବାର ମଧ୍ୟ ଇମରାନ ସରକାରଙ୍କ ବିରୁଦ୍ଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । କିନ୍ତୁ କୌଣସି କାରଣରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଗୃହ କାର୍ଯ୍ୟକୁ ମୁଲତବି ରଖାଯାଇଛି । ଅନ୍ୟପଟେ ଆସନ୍ତା ଏପ୍ରିଲ ୩ ତାରିଖରେ ଇମରାନ ଖାନଙ୍କ ବିରୁଦ୍ଧରେ ଭୋଟିଂ ଆରମ୍ଭ ହେବ ବୋଲି ପାକିସ୍ତାନ ମନ୍ତ୍ରୀ ଶେଖ ରଷିଦ ଏହେମଦ କହିଛନ୍ତି ।