ଚୀନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ବୈଠକ : କହିଲେ ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର

122

କନକ ବ୍ୟୁରୋ : ଚୀନକୁ ଭାରତର କଡ଼ା ଚେତାବନୀ । ଦ୍ୱିପକ୍ଷାକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ସମ୍ପର୍କ ପ୍ରଭାବିତ ହୋଇଛି । ସୀମାରେ ଶାନ୍ତି ପ୍ରତିଷ୍ଠା ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି । ଗତକାଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ଏହି ବୈଠକ ପରେ ରାଜନାଥ ସିଂହ କହିଛନ୍ତି ଯେ ସୀମାରେ ଶାନ୍ତି ନହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ ନାହିଁ । ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନାବେଳେ ସୀମା ବିବାଦ କଥା ଉଠାଇଥିଲେ । ରାଜନାଥ କହିଥିଲେ ଯେ ପୂର୍ବରୁ ଜାରି ଶାନ୍ତି ଓ ସ୍ଥିରତା ଚୁକ୍ତିର ଉଲ୍ଲଂଘନ ଦ୍ୱିପାକ୍ଷିକ ସମ୍ପର୍କର ଭିତିଭୂମିକୁ ଦୋହଲାଇଦେଇଛି । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଥିବା ସମସ୍ତ ବିବାଦର ସମାଧାନ ଏବେର ଦ୍ୱିପାକ୍ଷିକ ଚୁକ୍ତି ଏବଂ ପ୍ରତିଶ୍ରୁତି ଅନୁଯାୟୀ ହେବା ଆବଶ୍ୟକ ।

ତିନି ବର୍ଷ ତଳେ ପୂର୍ବ ଲଦାଖରେ ସୀମା ବିବାଦ ଉପୁଜିବା ପରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ସେନା ମଧ୍ୟରେ ୧୮ତମ ପର୍ଯ୍ୟାୟ ସାମରିକ ଆଲୋଚନା ହେବାର କିଛି ଦିନ ପରେ ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି ।