ରାଜକୋଟର ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ୨୦ ଲୋକଙ୍କ ମୃତ୍ୟୁ ହେଇଥିବା ନେଇ ସୂଚନା ।

352

କନକ ବ୍ୟୁରୋ: ଗୁଜରାଟର ରାଜକୋଟରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି, ୨୦ ଜଣଙ୍କର ମୃତ୍ୟୁ ହେଇଛି । ତେବେ ଏହି ଅଗ୍ନିକାଣ୍ଡରେ ଗେମିଂ ଜୋନ୍ ଟି ଜଳିପୋଡି ଛାରଖାର ହେଇଯାଇଛି । ମିଳିଥିବା ସୂଚନା ମୁତାବକ, ଏବେ ବି ସେଠାରେ ନିଆଁ ଲିଭେଇବାକୁ ୮ଟି ଦମକଳ ଗାଡି ନିୟୋଜିତ ହେଇଛି । ତେବେ ନିଆଁ ଭିତରେ ଏବେ ବି ଅନେକ ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି । ଖାସ୍ କରି କିଛି ଛୋଟ ପିଲାଙ୍କ ସହ କିଛି ବଡ ଲୋକ ମଧ୍ୟ ନିଆଁରେ ଫସି ରହିଛନ୍ତି ବୋଲି କୁହାଯାଉଛି । ତେବେ ରାଜକୋଟ ପୋଲିସ୍ କମିଶନରଙ୍କ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ୨୦ଟି ଶବ ଉଦ୍ଧାର କରାଯାଇଛି, ଏବଂ ନିଆଁ କେମିତି ଲାଗିଲା ସେନେଇ ଛାନଭିନ୍ ଜାରି ରହିଛି ।