ବନ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ : ଉଜୁଡିଛି ଚାଷଜମି, ଚାଷୀ ମୁଣ୍ଡରେ ଚଡ଼କ

71

କନକ ବ୍ୟୁରୋ : ଲଗାଣ ବର୍ଷା ଆଉ ବନ୍ୟାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବା ବେଳେ ପାଣି ଘେରରେ ବନ୍ଦୀ ହୋଇ ରହିଛନ୍ତି ଲୋକେ । ଅନ୍ୟ ସ୍ଥାନ ଭଳି ବଡ଼ମ୍ବା ନୂଆବାଙ୍ଗେରୀସିଂହା, ନରଣପୁର ଓ ଯୋଡୁମୁ ଗାଁ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଯୋଡୁମୁ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ସେଠାରେ ଥିବା ବିଦ୍ୟାଳୟ ଘରେ ୫ଫୁଟର ପାଣି ଜମି ରହିଥିବା ବେଳେ ସ୍କୁଲ ବି ବନ୍ଦ ହୋଇପଡ଼ିଛି ।

ମହାନଦୀରେ ବନ୍ୟା ଆସିବା ସହିତ ହେକ୍ଟର ହେକ୍ଟର ଚାଷ ଜମିରେ ୧୦ରୁ ୧୨ଫୁଟ ଯାଏ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ପାଣି ଯୋଗୁ ବାଙ୍ଗରିସିଙ୍ଗା, ନରଣପୁର ଭଳି ଅଞ୍ଚଳ ଏବେ ବି ଜଳବନ୍ଦୀରେ ରହିଛନ୍ତି ଲୋକେ । ଜଳବନ୍ଦୀରେ ଲୋକେ ରହୁଥିବା ବେଳେ ଚାଷଜମି ବି ଉଜୁଡି ଯାଇଛି । ଯାହା ଫଳରେ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବାକୁ ସାଧାରଣ ଲୋକ ଦାବି କରିଛନ୍ତି ।