ସୁନା ଗହଣା କି ଟଙ୍କା ପଇସା ନୁହେଁ, ଚକଲେଟ୍ ଚୋରି କରିନେଲା ଚୋର

188

କନକ ବ୍ୟୁରୋ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚୋରିର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଚୋର କୌଣସି ସୁନା ଗହଣା କି ଟଙ୍କା ପଇସା ଚୋରି କରିନି । ଏଠାରେ ଚୋର ଚୋରି କରିଛି ଚକଲେଟ୍ । ତେବେ ଚୋର ଟଙ୍କା ପଇସା ନନେଇ ଚକଲେଟ୍ କାହିଁକି ଚୋରି କଲା ଆସନ୍ତୁ ଜାଣିବା
ଏପରି ଏକ ଘଟଣା ଅଗଷ୍ଟ ୧୫ତାରିଖ ଘଟିଛି । ୟୁପି ରାଜଧାନୀ ଲକ୍ଷ୍ନୌର ଦେବରାଜୀ ବିହାର ଅଞ୍ଚଳରେ ଥିବା କ୍ୟାଡବେରି ଗୋଦାମରୁ ୧୭ ଲକ୍ଷ ଟଙ୍କାର ଚକଲେଟ୍ ଏବଂ ବିସକୁଟ୍ ଚୋରି କରିନେଇଯାଇଛି ଚୋର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ୟାଡବେରି ଡିଷ୍ଟିବୁଟର । ରାଜେନ୍ଦ୍ର ସିଂ ନାମକ ଡିଷ୍ଟିବୁଟର ଭଡାରେ ଯାଗା ନେଇ କ୍ୟାଡବେରୀ ଚକଲେଟ୍ ବିଜନେସ୍ ଆରମ୍ଭ କରିଥିଲେ । ଗୋଦାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚକେଲେଟର କଞ୍ଚା ମାଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ବର୍ତ୍ତମାନ ୧୭ଲକ୍ଷ ଟଙ୍କାର ଚକଲେଟ୍ ଏବଂ ବିସ୍କୁଟ୍ ଚୋରି ହୋଇଯିବା ପରେ ସେ ଚିନ୍ତାରେ ପଡିଯାଇଛନ୍ତି । ଥାନାରେ ଏନେଇ ଏତଲା ଦିଆଯିବା ପରେ ପୋଲିସ ଚୋରକୁ ଖୋଜିବା ସହିତ ଚକଲେଟ୍ କେଉଁଠି ଅଛି ତାର ତନାଘନା ଆରମ୍ଭ କରିଛି ।