ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ, ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା ମୃତଦେହ ଜବତ

628

କନକ ବ୍ୟୁରୋ : ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ମାସାଚୁସେଟସ୍ଥିିତ ୫ନିୟୁତ ଡଲାର ମୂଲ୍ୟର ବିଶାଳ ବଙ୍ଗଳାରରୁ ଭାରତୀୟ ବଂଶୋଦ୍ଭବ ତଥା ବିତଶାଳୀ ଦମ୍ପତି ଓ ତାଙ୍କ ଝିଅର ସନ୍ଦିଗ୍ଧ ମୃତ ଶରୀର ମିଳିଛି । ଆମେରିକା ଗଣମାଧ୍ୟମରେ ଏହା ପ୍ରମୁଖ ଖବର ପାଲଟିଛି । ମୃତକଙ୍କ ନାଁ ହେଉଛି ୫୭ବର୍ଷୀୟ ରାକେଶ କମଳ. ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା । ତେବେ ମୃତ ଦମ୍ପତି ସନ୍ଦେହ ହେବାକୁ ପୁଲିସକ ଖବର ଦେଇଥିଲେ । ଘଟଣାସ୍ଥଳରୁ ଏକ ପିସ୍ତଲ ଉଦ୍ଧାର କରାଯାଇଛି । ଆମେରିକା ପୁଲିସର ସୂଚନା ଅନୁସାରେ ଏହା ପାରିବାରିକ କଳହର କରୁଣ କାହାଣୀ । ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଆଗକୁ ତଦନ୍ତ ପ୍ରକିୟା କରାଯିବ ବୋଲି ଆମେରକା ପୁଲିସ କହିଛି । ଟିନା ଓ ରାକେଶ ଏଜୁନୋଭା ନାମରେ ଏକ ଏଜୁକେସସ ସିଷ୍ଟମ କମ୍ପାନି ଚଳାଉଥିଲେ ଓ ପରେ ବନ୍ଦ ହୋଇଯାଇଥିଲା । ଆର୍ଥିକ ସଙ୍କଟରେ ଭିତରେ ଆତ୍ମହତ୍ୟା କରିଥିବା ସହେନ୍ଦ କରୁଛି ପୁଲିସ ।