ଆଠଗଡରେ ପୁଣି ରାଜନୈତିକ ହିଂସା । ନିର୍ବାଚନ ପାଇଁ ଟଙ୍କା ଓ ମାଦକ ଦ୍ରବ୍ୟ ବାଣ୍ଟିବା ବେଳେ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ

୫ରୁ ଅଧିକ ଆହତ, ଜଣେ ଗୁରୁତର

161

କନକ ବ୍ୟୁରୋ: ନିର୍ବାଚନ ପୂବ ର୍ରୁ କଟକ ଜିଲ୍ଲା ଆଠଗଡରେ ପ୍ରାକ ନିର୍ବାଚନୀ ହିଂସା । ଆଠଗଡ ଥାନା ତରଡିଙ୍ଗ ଗାଁର ହରିଜନ ସାହିରେ ରାଜନୈତିକ ହିଂସାକାଣ୍ଡ ହୋଇଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ସାହିକୁ ଆସି ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟନ କରୁଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ । ଏହାକୁ ନେଇ ଉତେଜନା ପରେ ମାରପିଟ ହୋଇଥିଲା । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ୍ ଆକ୍ରମଣ କରିଥିଲେ । ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ନାବାଳକକୁ କଟକକୁ ସ୍ଥାନାନ୍ତର କରାଯାଇଛି ।