ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ

157

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ମୁଖା । କୁଖ୍ୟାତ ଆତଙ୍କବାଦୀ ହାଫି ସୟିଦକୁ ଦେବାକୁ ମନା କଲା ଇସଲାମବାଦ । ଭାରତର ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ ବୈଦେଶିକମନ୍ତ୍ରାଳୟ । ମୁଖପାତ୍ର ମୁମତାଜ ଜହର କହିଛନ୍ତି ଭାରତ ହାଫିଜକୁ ଫେରାଇବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ଏହାକୁ ଖାରଜ କରିଛନ୍ତି ପାକିସ୍ତାନ ସରକାର । ଦୁଇ ଦେଶ ମଧ୍ୟରେ କୌଣସି ସନ୍ଧି ହୋଇନାହିଁ ।ତେଣୁ ହାଫିଜକୁ ଫେରାଇବାକୁ ପ୍ରଶ୍ନ ଉଠୁଛି । କେବଳ ବୁଝାମଣା ଦ୍ୱାରା ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇପାରିବ ।୨୦୦୮ରେ ଲସ୍କର ଏ ତୋୟବା ସଂଗଠନ ମୁମ୍ବାଇରେ ଆକ୍ରମଣ କରିଥଲା । ଯେଉଁଥିରେ ୬ଜଣ ବିଦେଶୀ ନାଗରିକଙ୍କ ସମେତ ୧୬୭ଜଣଙ୍କ ମୃତ୍ୟୁ ହୋଇଥିଲା ।  ଏହା ପଛରେ ହାଫିଜ ହିଁ ମାଷ୍ଟରମାଇଣ୍ଡ ଥିବା ଭାରତ ପାଖରେ ପ୍ରମାଣ ରହିଛି । ମିଳିତ ଜାତିସଂଘ ମଧ୍ୟ ଲସ୍କର ଏ ତୋୟବାକୁ ଆତଙକୀ ସଂଗଠନ ଓ ହାଫିଜକୁ ଆତଙ୍କୀଭାବେ ଘୋଷଣା କରିସାରିଛି ।