ବୁଝିଗଲେ ଜ୍ୟୋତି, ବୁଝାଇଦେଲା ବିଜେଡି । ଇସ୍ତଫାର ୨୪ ଘଣ୍ଟା ପରେ ପୁଣିଥରେ ଦଳକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦଳ ଦେଲା ନୂଆ ଦାୟିତ୍ୱ ।

2,612

କନକ ବ୍ୟୁରୋ : ବୁଝିଗଲେ ଜ୍ୟୋତି, ବୁଝାଇଦେଲା ବିଜେଡି । ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ପୁଣିଥରେ ଦଳକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏହାସହ ବିଜେଡି ଜ୍ୟୋତିପ୍ରକାଶଙ୍କୁ ନୂଆ ଦାୟିତ୍ୱ ମଧ୍ୟ ଦେଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।

ବିଜେଡିରୁ ଇସ୍ତଫା ଦେବା ପରେ ଜ୍ୟୋତିଙ୍କୁ ଆଜି ନବୀନ ନିବାସରୁ ଡକରା ଆସିଥିଲା । ନବୀନ ନିବାସରେ ଦଳ ପକ୍ଷରୁ ତାଙ୍କୁ ବୁଝାଯିବା ପରେ ନୂଆ ଦାୟିତ୍ୱ ଦିଆଯାଇଛି । ନୂଆ ଦାୟିତ୍ୱ ପାଇବାକୁ ନେଇ ଜ୍ୟୋତି କହିଛନ୍ତି, ମନ କଷ୍ଟ ହୋଇଥିଲା । କିନ୍ତୁ ୫୦ ବର୍ଷ ସମ୍ପର୍କ ଛାଡି ଯିବା ବେଳକୁ ଆଖିରୁ ଲୁହ ଝରିପଡିଲା । ଦଳ ପ୍ରତି ପୂର୍ବରୁ ଆନୁଗତ୍ୟ ଥିଲା ଏବେ ମଧ୍ୟ ରହିଛି । ନୂଆ ଦାୟିତ୍ୱ ପାଇଛି, ବାଲେଶ୍ୱରରେ ଦଳ କିଭଳି ସଙ୍ଗଠିତ ହେବ ଏବଂ ବିଜେଡି ପ୍ରାର୍ଥୀ କିଭଳି ଅଧିକରୁ ଅଧିକ ଭୋଟ ପାଇବେ ସେନେଇ ଲୋକଙ୍କ ପାଖକୁ ଯିବି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏହାସହ ତାଙ୍କୁ ବିଧାୟକ ଭାବେ ସିମୁଳିଆବାସୀଙ୍କର ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।