ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ବେସାହାରା ହୋଇ ପଲିଥିନ୍ ତଳେ ଜୀବନ କାଟୁଛନ୍ତି ସୁବର୍ଣ୍ଣପୁର ବହିରଖମନ ଗାଁର ଦୁଇ ଭାଇ ଭଉଣୀ 

74

କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ହେଲେ ଅଯୋଗ୍ୟ ହାତେଇ ନେଉଛନ୍ତି ସମସ୍ତ ସରକାରୀ ସୁବିଧା । ହନ୍ତସନ୍ତ ହେଉଛନ୍ତି ଗରିବ । ସରକାରଙ୍କ ଯୋଜନାରେ ଗରିବଙ୍କୁ ଦିଆଯାଉଛି ଘର । ହେଲେ ଏବେ ବି ବହୁ ଗରିବ ବେସାହାରାଙ୍କୁ ମଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ସୁବର୍ଣ୍ଣପୁର ବହିରଖମନ ଗାଁରେ ବହୁ ଲୋକେ ଭଙ୍ଗା ରୁଜା ଘରେ ରହୁଛନ୍ତି । ଏବେ ବି ଗାଁରେ ଦୁଇ ଅସହାୟ ଭାଇ ଭଉଣୀ ରହୁଛନ୍ତି ପଲିଥିନ୍ ଟାଙ୍ଗି । ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଆବଦେନ କରିଥିଲେ । ହେଲେ ଏବେ ବି ଘର ମିଳିନି । ତେଣୁ ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ପଲିଥିନ୍ ତଳେ ଆଶ୍ରୟ ନେଇଛନ୍ତି । ପରିବାର କହିଲେ କେବଳ ଦୁଇ ଭାଇଭଉଣୀ । ପୂର୍ବରୁ ଥିବା ଘର ଭାଙ୍ଗିରୁଜି ଯାଇଥିବା ବେଳେ ଭଙ୍ଗା ଦଦରା ଘର ପାଲଟିଛି ତାଙ୍କ  ଆଶ୍ରୟସ୍ଥଳୀ । ପଞ୍ଚାୟତ ଅଧିକାରୀଙ୍କଠାରୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଏମାନେ । ହେଲେ ତାଙ୍କ ସମସ୍ୟା ନେଇ କାହାର ନଜର ନାହିଁ । ଏବେ ବି ଅବହେଳିତ ହୋଇ ପଡିରହିଛନ୍ତି ଭାଇଭଉଣୀ । ସେପଟେ ସମସ୍ୟା ଶୁଣିବା ପରେ ଖୁବଶୀଘ୍ର ଅର୍ଥିକ ସହାୟତା ଦେବା ସହ ଘର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଳ୍ଲାପାଳ ।