ସାଗରକୁ ବଞ୍ଚାଇବେ ସାଗର ମଣିଷ । ଜୟପୁରରେ ଜଗନ୍ନାଥ ସାଗରର କରାଯିବ ପୁନରୁଦ୍ଧାର

113

କନକ ବ୍ୟୁରୋ: ସାଗରକୁ ବଞ୍ଚାଇବେ ସାଗର ମଣିଷ । ରାଜା ରାଜୁଡା ଅମଳରୁ ପଡି ରହିଥିବା ବନ୍ଧ ଓ ସାଗରକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି । ଯାହାକୁ ନେଇ ଜୟପୁରରେ ପହଞ୍ଚିଛନ୍ତି ସାଗର ମଣିଷ ଭାବେ ପରିଚିତ ଲେକ୍ ମ୍ୟାନ୍ ଆନନ୍ଦ ମାଲ୍ଲୀଗାଭାଡ । ଦୟନୀୟ ହୋଇ ପଡିରହିଛି ଜଗନ୍ନାଥ ସାଗର । ତାର ପୁନରୁଦ୍ଧାର ସହ ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ଉନ୍ନୀତ ହୋଇପାରିନି । ଶେଷରେ ସାଗର ପୁନରୁଦ୍ଧାର ପାଇଁ ପହଞ୍ଚିଛନ୍ତି ଲେକ୍ ମ୍ୟାନ ଆନନ୍ଦ । ଜୟପୁର ପୌରପାଳିକା ଆନନ୍ଦଙ୍କ ସାହାଯ୍ୟ ନେଇଥିବା ବେଳେ ଏନେଇ ୧୫କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଖୁବ କମ୍ ଦିନରେ ବଦଳିବ ସାଗରର ଚିତ୍ର । ମାତ ୬ ମାସ ମଧ୍ୟରେ ଶେଷ ହେବ କାମ । ବେଙ୍ଗାଲୁରୁ ମଡେଲରେ ହେବ କାମ । ଏସବୁ ପାଇଁ ରାଜ୍ୟ ସରକାରଙ୍କଠାରୁ ଗ୍ରୀନ୍ ସିଗନାଲ ମଧ୍ୟ ମିିଳିସାରିଛି । ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ନେକ ଯୋଜନା କରାଯାଇଛି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ୨ କୋଟି ଦେଇଥିଲେ ବି ସମ୍ପୂର୍ଣର୍ କାମ ପାଇଁ ଆହୁରି ୧୦ରୁ ୧୨କୋଟି ଲାଗିବ । ରାଜ୍ୟ ସରକାର ଏସବୁ ସହାୟତା ଯୋଇବା ସହ ଏହି ଜଗନ୍ନାଥ ସାଗରର ଖୁବଶୀଘ୍ର ପୁନରୁଦ୍ଧାର କରାଯିବ । ସମସ୍ତ କାମ ସରିଲେ ସାଗର ପାଇବ ନୂଆ ରୂପ ।