ଦିନେ ଥିଲେ ଜିଲ୍ଲାପାଳ, ଏବେ ବନିଲେ ସ୍ୱାମୀଜୀ । ବାବୁରୁ ବାବା ବନିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ନେଇ ଚର୍ଚ୍ଚା ।

1,977

କନକ ବ୍ୟୁରୋ: ଥିଲେ ପ୍ରଶାସନିକ ଅଧିକାରୀ, ଏବେ ପାଲଟିଯାଇଛନ୍ତି ସନ୍ଥ । ଦିନେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଉ ଏବେ ତାଙ୍କ ପରିଚୟ ହେଉଛି ସ୍ୱାମୀ ନିର୍ଲିପ୍ତାନନ୍ଦ । ଆମେ କହୁଛୁ ଆଇଏଏସ୍ ଅଫିସର ସୁନୀଲ ପଟ୍ଟନାୟକଙ୍କ କଥା । ବଲାଙ୍ଗୀର ସମେତ ଓଡିଶାର ଏକାଧିକ ସ୍ଥାନରେ ଜିଲ୍ଲାପାଳ ଓ ଅନ୍ୟ ଦାୟିତ୍ୱରେ ୨୩ ବର୍ଷ ଧରି କାମ କରିଛନ୍ତି । ହେଲେ ହଠାତ୍ ସଂସାରର ମୋହ ମାୟା ତୁଟାଇ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଯାଇ ଉତରାଖଣ୍ଡ ଋିଷିକେଶରେ ଶିବାନନ୍ଦ ଆଶ୍ରମରେ ଦୀକ୍ଷା ନେଇ ବ୍ରହ୍ମଚାରୀ ଜୀବନ ବିତାଇଛନ୍ତି । ଆଇଏଏସ ସୁନୀଲ ପଟ୍ଟନାୟକରୁ ପରିଚୟ ବଦଳିଯାଇଛି ସ୍ୱାମୀ ନିର୍ଲିପ୍ତାନନ୍ଦ ଭାବରେ ।

ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପାଇ ସ୍ୱାମୀ ଜି ଏବେ ପୁରୀ ଆସିଛନ୍ତି । ପୁରୀରେ ହୋଇଥିବା ପରିବର୍ତନ ଦେଖି ସେ ଖୁସି ଓ ଆତ୍ମବିଭୋର ହୋଇଛନ୍ତି । ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ଏବେ ୮୨ ବର୍ଷ । ୧୯୮୯ରେ ଓଡିଶା ଷ୍ଟେଟ ଫାଇନାନସିଆଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ସେ ଚାକିରିରୁ ଅବସର ନେଇଥିଲେ । ବ୍ରହ୍ମଚାରୀ ଜୀବନ ତାଙ୍କୁ ଅଧିକ ଆନନ୍ଦ ଦେଇଛି ।