କମିଶନରେଟ ପୋଲିସ୍ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଣ୍ଟେଡ୍ । ୬ଟି ରାଜ୍ୟରେ ଥିଲେ ସକ୍ରିୟ ।

215

କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ । ୬ ରାଜ୍ୟ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍ । ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଖେଳାଇଥିଲେ ଆତଙ୍କ । ୨୩ ଡିସେମ୍ବରରେ ନିରୁପମା ଆପାର୍ଟମେଣ୍ଟରୁ ଲୁଟ୍ କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । ୧୩ ଲକ୍ଷ ଟଙ୍କା ଚୋରି କରିନେଇଥିଲେ ଏହି ଗ୍ୟାଙ୍ଗ ।

ରାଜ୍ୟ ବାହାରୁ ଆସି ଏଠାରେ କରୁଥିଲେ ଲୁଟ୍ । ସୁରକ୍ଷା କମ୍ ଥିବା ଆପାର୍ଟମେଣ୍ଟକୁ କରୁଥିଲେ ଟାର୍ଗେଟ । ଲୁହା ଗ୍ରିଲ ବା ବାହାରୁ ତାଲା ପଡ଼ୁଥିବା ଘରେ ପଶି ୧୦ ମିନିଟରେ ବୁଲାଉଥିଲେ କଳାକନା । ପୂର୍ବରୁ ଏମାନେ ଗୁଜରାଟରେ ଧରାପଡ଼ିଥିଲେ । ଜେଲରେ ଅନ୍ୟ ରାଜ୍ୟର ଚୋରଙ୍କ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲେ । ଏହି ଲୁଟେରା ଶୋ ରୁମରୁ ନୂଆ ଗାଡ଼ି କିଣି ଫେରାର ହୋଇଯାଆନ୍ତି । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୨ ଲକ୍ଷ ନଗଦ ଟଙ୍କା, ମୋବାଇଲ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ଗାଡ଼ି ଜବତ କରାଯାଇଛି ।