ବଢ଼ୁଛି ସୋମାଲିକା-ବିଜୟଶଙ୍କର ବିବାଦ : ଥାନାରେ ପୁଣି ଅଭିଯୋଗ କଲେ ସୋମାଲିକା; ଫୋନରେ ଧମକ ଦିଆଯାଉଥିବା ଆଣିଲେ ଅଭିଯୋଗ

68

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ବାନ୍ଧବୀ ସୋମାଲିକା ଦାସଙ୍କ ବିବାଦ ଲାଗି ରହିଥିବା ବେଳେ ଜଗତସିଂହପୁର ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି ସେ।।ମଲିକା । ସେ ଏହି ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଧାୟକ ତାଙ୍କ ସହଯୋଗୀଙ୍କ ସହାୟତାରେ ତାଙ୍କୁ ଫୋନ ଯୋଗେ ଧମକ ଦେଉଛନ୍ତି । ଏହା ସହ ବୁଝାମଣା କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ସେ କହିଛନ୍ତି । ଏହା ସହ ତାଙ୍କ ବନ୍ଧୁଙ୍କ ଫଟୋକୁ ଭାଇରାଲ କରିବା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସୋମଲିକା ବିଜୟ ଶଙ୍କରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିକଟରେ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ଏଥିରେ ନିଜକୁ ବିଧାୟକଙ୍କ ସହଯୋଗୀ ବୋଲି ଦର୍ଶାଉଥିବା ଜଣେ ବ୍ୟକ୍ତି ସୋମାଲିକାଙ୍କୁ ଫୋନ କରି ବୁଝାମଣା କରିବାକୁ କହୁଥିବା ଶୁଣିବାକୁ ମିଳିଥିଲା ।

ଗତକାଲି ଅଜଣା ବ୍ୟକ୍ତି ଜଣକ ସୋମାଲିକାଙ୍କ ପାଖକୁ ଫୋନ୍ କରି ମାମଲାକୁ ରଫାଦଫା କରିଦେବା ସହ କ’ଣ ଗୋଟେ ସମାଧାନ ବାହାର କରିବାକୁ କହିଥିଲେ । ପରୋକ୍ଷ ଚେତାବନୀ ‌ବି ଦେଇଥିଲେ । ସୋମାଲିକା ସେହି ଫୋନ୍‌କଲ୍ ସଂକ୍ରାନ୍ତରେ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏପଟେ ସୋମାଲିକା ଥାନାରେ ବସି ଏତଲା ଦେଉଥିବା ବେଳେ ତାଙ୍କ ଫେସବୁକ୍ ଆଇଡିରୁ ଭିଡିଓ ଓ ଫଟୋ କାଢ଼ି ଏହାକୁ ଏଡିଟିଂ କରି ଜଣେ ଯୁବକ ନିଜ ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ଅଧିକାରୀଙ୍କୁ ସେ କାନ୍ଦିକାନ୍ଦି ଜଣାଇବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ନିବେଦନ କରିଛନ୍ତି । ଜଣେ ଯୁବକଙ୍କ ସହ ଫଟୋକୁ ଯୋଡ଼ି ଭାଇରାଲ୍ କରାଯାଉଥିବା ସେ କହିଛନ୍ତି । ଭାଇରାଲ୍ କରୁଥିବା ଯୁବକ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଞ୍ଚଳର ଓ ୨୦୧୯ର ଫଟୋକୁ ଭାଇରାଲ୍ କରାଯାଉଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏବେ ସେ ସାଂଘାତିକ ମାନସିକ ଚାପରେ ଥିବା କହିଛନ୍ତି ।