ଅସ୍ତରଙ୍ଗ ପାଞ୍ଚଗାଁ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି। ଷ୍ଟୋର ଘର ତାଲା ଭାଙ୍ଗି ହଡପ କରିନେଲେ ଚୋର।

72

କନକ ବ୍ୟୁରୋ: ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି । ଏନେଇ ଅସ୍ତରଙ୍ଗ ଥାନାରେ ଏତଲା ଦେଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଏପରି ଘଟଣା ଅସ୍ତରଙ୍ଗ ବ୍ଳକ ସରକାରୀ ପାଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ ଘଟିଛି । ବିଳମ୍ବିତ ରାତିରେ ସ୍କୁଲରେ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀ ୧୫ ବସ୍ତା ଚାଉଳ ,୧୦ ଲିଟର ରୋଷେଇ ତେଲ ଆଦି ଚୋରି ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

ଏହି ସବୁ ଖାଦ୍ୟ ସାମଗ୍ରୀ ସ୍କୁଲ ଷ୍ଟୋର ଘରେ ରଖାଯାଇଥିବାବେଳେ ଦୁର୍ବୃତ୍ତ ଷ୍ଟୋର ତାଲାକୁ କାଟି ସବୁକୁ ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଅସ୍ତରଙ୍ଗ ଥାନାରେ ଏକ ଏତଲା ଦାୟର କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।