ଅବକାରୀ ବିଭାଗକୁ ବଡ ସଫଳତା। ସୁନ୍ଦରଗଡ ବଣାଇରେ ବିଦେଶୀ ମଦ ଜବତ।

66

କନକ ବ୍ୟୁରୋ: ଦଶହରା ପୂର୍ବରୁ ଅବକାରୀ ବିଭାଗର ସଫଳତା । ମଦ ବିକ୍ରି ବେଳେ ସୁନ୍ଦରଗଡ ବଣାଇରେ ବିଦେଶୀ ମଦ ଜବତ ହୋଇଛିା ରାଉରକେଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟରୁ ବିଦେଶୀ ମଦ ମଗାଯାଇ ବିକ୍ରି ଚାଲିଥିଲା । ତା ପୁଣି ଚଢା ଦରରେ ବିକ୍ରି ହେଉଥିଲା । ବାହାରୁ ଶସ୍ତାରେ ବିଦେଶୀ ମଦ କିଣାଯାଇ ଦାମୀ ବୋତଲରେ ଭର୍ତି କରି ବଜାରରେ ବିକ୍ରିି ଚାଲିଥିଲା । ଖବର ପାଇଁ ବିଭିିନ୍ନ ସ୍ଥାନ ଗୁଡିକରେ ଚଢାଉ କରିଥିଲା ଅବକାରୀ ବିଭାଗ । ଜଣଙ୍କ ଘରୁ ୭୬୫ ଲିଟର ବିଦେଶୀ ମଦ ସହିତ କିଛି ଖାଲି ବଟଲ ଓ ସିଲ୍, ଟ୍ୟାଗ୍ ଆଦି ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।