ଜୟପୁରରେ ନିମ୍ନମାନର ଖାଦ୍ୟ ଯୋଗୁ ୧୨ରୁ ଅଧିକ ହୋଟେଲରେ ଚଢାଉ। ୧୮ହଜାରରୁ ଅଧିକ ଟଙ୍କା ଫାଇନ।

105

କନକ ବ୍ୟୁରୋ: ଜୟପୁରରେ ବଡ଼ ବଡ଼ ହୋଟେଲ ଗୁଡିକରେ ଚାଲିଛି ଚଢାଉ । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ନିମ୍ନମାନର ତେଲ ଓ ଖାଦ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାପାଇଁ ଏହି ଚଢାଉ କରାଯାଇଛି । ଜୟପୁରରର ୧୨ରୁ ଅଧିକ ବଡ଼ ବଡ ହୋଟେଲ ଉପରେ ଚଢାଉ ହୋଇଛି । ହୋଟେଲ ମାଲିକଙ୍କଠାର ୧୮ହଜାରରୁ ଅଧିକ ଫାଇନ୍ ଆଦାୟ କରାଯିବା ସହିତ ଜବତ ଖାଦ୍ୟ ଉପରେ ବ୍ଲିଚିଂ ପାଉଡର ପକାଇ ଡଷ୍ଟିବିନରେ  ଫିଙ୍ଗିଦିଆଯାଇଛି ।

ପୂର୍ବରୁ ହୋଟେଲ ମାଲିକମାନଙ୍କୁ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯିବାକୁ କୁହାଯାଇଥିଲା । ହେଲେ ସେଥିପ୍ରତି କାହାର ଗୁରୁତ୍ୱ ନଥିଲା । ଶେଷରେ ବାଧ୍ୟ ହୋଇ ଖାଦ୍ୟସୁରକ୍ଷା ବିଭାଗରୁ ନେଇ , ପୌରପାଳିକ ଓ ପୁଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା ।