ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତଦନ୍ତରେ ପ୍ରଶ୍ନଚିହ୍ନ ଲଗାଇଲେ ବିରୋଧୀ: ପିତାମ୍ବର ଆଚାର୍ଯ୍ୟ କହିଲେ, ନିଜ ସଂସ୍ଥା ଉପରେ ସରକାରଙ୍କ ଆସ୍ଥା ନାହିଁ

129

କନକ ବ୍ୟୁରୋ: ଗୋଟିଏ ପଟେ ପ୍ରୟାଗରାଜରେ ଦିବଗଂତ ମନ୍ତ୍ରୀ ନବ ଦାସଙ୍କ ଅସ୍ଥି ବିସର୍ଜନ କରିଛନ୍ତିି ପୁଅ ବିଶାଲ ଦାସ । ଆଉ ଏପଟେ ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା? ହତ୍ୟାକାଣ୍ଡ ପଛର ରହସ୍ୟ କଣ? ଓ ତଦନ୍ତର ସ୍ୱଛତାକୁ ନେଇ ଜୋର ହୋଇଛି ରାଜନୈତିକ ବୟାନବାଜି । ଓଡିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ରାଜ୍ୟର ଆଇନଶୃଂଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ନବ ଦାସଙ୍କ ହତ୍ୟାକାଣ୍ଡ ହାଇକୋର୍ଟ ମନିଟର୍ଡ ତଦନ୍ତ ବୋଲି ବିଜେଡି କରୁଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ କରିଛନ୍ତି ।

ବିଜେପିର ଅଭିଯୋଗ
ହାଇକୋର୍ଟ ମନିଟର୍ଡ ତଦନ୍ତ ବୋଲି ବିଜେଡି କରୁଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା
ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ କ୍ରାଇମବ୍ରାଂଚ ଛାନଭିନକୁ ଜୋରଦାର କରିଥିବାବେଳେ, ତଦନ୍ତର ସ୍ୱଛତାକୁ ନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ମୁହଁ ଖୋଲୁନଥିବାରୁ ଘଟଣାର ଉତ୍ତରଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ କରିବା ସହ ଏସଆଇଟି ତଦନ୍ତ ଦାବି କରିଛନ୍ତି । ଦାବି ପୂରଣ ନହେଲେ, ଆଗାମି ଦିନରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ । ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ତଦନ୍ତ ଠିକ ଢ଼ଂଗରେ ଚାଲିଛି । ବିରୋଧୀଙ୍କ ଚରିତ୍ର ହୋଇଗଲାଣି ସବୁ ବିଷୟରେ ଟିପଣୀ କରିବା ।

ଛାତ୍ର କଂଗ୍ରେସର ଅଭିଯୋଗ
ତଦନ୍ତର ସ୍ୱଛତାର ଉତ୍ତରଦାୟିତ୍ୱ କିଏ ନେବ?
ଏସଆଇଟି ତଦନ୍ତ ଦାବି
ଆଗାମି ଦିନରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ
ବିଜେଡିର ଜବାବ
ତଦନ୍ତ ଠିକ ଢ଼ଂଗରେ ଚାଲିଛି
ବିରୋଧୀଙ୍କ ଚରିତ୍ର ହୋଇଗଲାଣି ସବୁ ବିଷୟରେ ଟିପଣୀ କରିବା

ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଥିବାବେଳେ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।