ରାଜ୍ୟ ଦେଉଛି ଭୋଟ୍ । ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ଭୋଟିଙ୍ଗ । ଦେବଗଡରେ ସର୍ବାଧିକ ଭୋଟିଂ ।

161

କନକ ବ୍ୟୁରୋ: ରାଜ୍ୟରେ ପଡୁଛି ତୃତୀୟ ପର୍ଯ୍ୟାୟ ଭୋଟ୍ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଅନୁଗୁଳରେ ୩୬.୩୬ ପ୍ରତିଶତ ଭୋଟିଂ ହୋଇଥିବାବେଳେ କଟକରେ ୩୩.୩୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଦେବଗଡରେ ୪୧ ପ୍ରତିଶତ ଓ ଢେଙ୍କାନାଳରେ ୩୫.୬୯ % ଭୋଟିଂ ହୋଇଛି । କେନ୍ଦୁଝରରେ ୩୫.୫୯ ପ୍ରତିଶତ, ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ, ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ, ନୟାଗଡରେ ୩୭.୬୯ ପ୍ରତିଶତ, ପୁରୀରେ ୩୭.୯୬ ପ୍ରତିଶତ, ସମ୍ବଲପୁର-୩୮.୨୮ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।