ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ ପ୍ରକ୍ରିୟା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ

253

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପାଇଁ ଚଂଳଚଂଚଳ ଶ୍ରୀକ୍ଷେତ୍ର । ନିମନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ଚତୁର୍ଦ୍ଧମୂର୍ତିଙ୍କୁ ନିମନ୍ତ୍ରଣ ପରେ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ କରିଛି ସ୍ୱତନ୍ତ୍ର ଟିମ୍ । ମଧ୍ୟପ୍ରଦେଶର ଉଜ୍ଜୟିନି ଯାତ୍ରା କରି ସେଠାରେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହାସହ ସେଠାରେ ଶଙ୍କରାଚାର୍ଯ୍ୟଙ୍କ ସହ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ପରିଚାଳନା କମିଟିର ତିନି ଜଣ ସଦସ୍ୟ ଗସ୍ତ କରିବେ । ଏପଟେ ଜଗତପୁରୁଙ୍କୁ ଅଣଦେଖା କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରୁଥିବା ବେଳେ ନିମନ୍ତ୍ରଣ ପତ୍ରକୁ ସ୍ୱୀକାର କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ପରିକ୍ରମା ପ୍ରକଳ୍ପରେ ସେ ଯୋଗଦେବେ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।