ଭଙ୍ଗା ଚାଳଘରେ ଝୁଲୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦ ସଂକୁଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା

49

କନକ ବ୍ୟୁରୋ : ଫୁଟା ଚାଳଘରେ କୋମଳମତି ଶିଶୁଙ୍କ ଭାଗ୍ୟ ଝୁଲୁଛି । କେତେବେଳେ କେଉଁ ମୁହୂର୍ତରେ ଅଘଟଣ ଘଟିଯିବ ତାହା କହିବା ଅସମ୍ଭବ । ମାତ୍ର ବିପଦ ସଂକୁଳ ଭଙ୍ଗା ମାଟି ଘରେ ଚାଲିଛି ଅଙ୍ଗନୱାର୍ଡି କେନ୍ଦ୍ର । ଆଉ ସେହି ଘରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା । ସରକାର ପ୍ରତ୍ୟେକ ଚାଳଘରକୁ କୋଠାଘର କରିବାକୁ ନିଷ୍ପତି ନେଇ ସାରିଛନ୍ତି । କିନ୍ତୁ ଭଙ୍ଗା ଚାଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । କେନ୍ଦ୍ରାପଡା ରାଜନଗର ବ୍ଲକର ରାଜପୁର ଗାଁରୁ ଏହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ।