ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ।

171

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ୨୪ ନମ୍ବର ପ୍ଲଟରୁ ମହିଳାଙ୍କ ଦଗ୍ଧ ଶରୀର ଉଦ୍ଧାର ହୋଇଛି । ଏହି ୫୨ ବର୍ଷର୍ୀୟ ମହିଳା ହେଉଛନ୍ତି ମିନୁଶ୍ରୀ ପ୍ରହରାଜ । ମହିଳା ଜଣଙ୍କୁ କିରୋସିନି ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ ଶେଷ ଥର ପାଇଁ ତାଙ୍କୁ ବୁଧବାର ରାତି ୯ଟା ୩୦ରେ ଦେଖିଥିବା କହିଛନ୍ତି । ତେବେ ମହିଳା ଜଣଙ୍କୁ କିଏ ଓ ସେ କେମିତି ପୋଡି ହୋଇ ମରିଲେ ତାକୁ ନେଇ ଉଠିଛି ପ୍ରଶ୍ନ? ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।