ଲଘୁଚାପ ବର୍ଷାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା । କହିଲେ, ୧୯ ଓ ୨୦ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ।

159

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ପୂର୍ବ ଓ ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ମୁତାବକ, ଆସନ୍ତାକାଲି ସାରା ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ପଶ୍ଚିମ ଓଡିଶାର କେତେ ସ୍ଥାନରେ ପ୍ରବଳ ବର୍ଷା ହେବ ଓ ଉତ୍ତର ଓଡିଶାର ଜିଲ୍ଲାରେ ଆଜି ସନ୍ଧ୍ୟାରୁ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷାର ପ୍ରଭାବ ନଦୀ ଗୁଡିକ ଉପରେ ପଡିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ୧୯ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ।୨୦ ତାରିଖ ସକାଳୁ ବେଳକୁ ଅବପାତ ଝାଡଖଣ୍ଡ ପହଞ୍ଚିଥିବ । ତେବେ ୧୯ ଓ ୨୦ ତାରିଖ ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ୨୦ ତାରିଖରେ ଛତିଶଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।