ଏମିତି ବି ଆସେ ମୃତ୍ୟୁ: ଟ୍ରକ ଚଳାଉ ଚଳାଉ ଡ୍ରାଇଭରଙ୍କୁ ହେଲା ହୃଦଘାତ

271

କନକ ବ୍ୟୁରୋ: ଏମତି ବି ଆସେ ମୃତ୍ୟ । ଟ୍ରକ ଚଳାଉ ଚଳାଉ, ଅଟକି ଗଲା ଚାଳକଙ୍କ ନିଶ୍ୱାସ । ଚଳନ୍ତା ଟ୍ରକରେ ଲିଭି ଯାଇଛି ଡ୍ରାଇଭରଙ୍କ ଜୀବନ ଦୀପ । କିନ୍ତୁ ସୌଭାଗ୍ୟ ବଶତଃ ଡ୍ରାଇଭରଙ୍କ ମୃତ୍ୟୁ ପରେ ଡିଭାଇଡରରେ ପିଟି ହୋଇ ଅଟକିଯାଇଛି ଟ୍ରକ ଆଉ ବର୍ତି ଯାଇଛି ବଡ ଦୁର୍ଘଟଣା । ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ଉପରେ । ଗାଡି ଚାଲିଥିଲା ବେଳେ ଗାଡିରେ ଥିବା ଡ୍ରାଇଭର ଜଣକର ମୃତ୍ୟ ଘଟିଥିଲା । ଆଉ ଗାଡିଟିକୁ ଅଟକେଇବା ପଇଁ କେହି ନଥିଲେ । କିନ୍ତୁ ଗାଡିଟି ୧୬ ନଂ ଜାତୀୟ ରାଜପଥ ଭେଜିପୁଟ ଓଭର ବ୍ରିଜ ଉପରେ ଡିଭାଇଡରରେ ପିଟି ହୋଇ ଅଟକି ଯାଇଥିଲା । ସ୍ଥାନୀୟ ଲୋକ ଯେତେବେଳେ ଗାଡିଟିକୁ ଯାଇ ଦେଖିଲେ ସେତେବେଳେ ଡ୍ରାଇଭର ମୃତ ଅବସ୍ଥାରେ ଥିଲେ । ଖବର ପାଇ ଭେଜିପୁଟ ଫାଣ୍ଡି ପୋଲିସ ପହଂଚି, ଅଗ୍ନିଶମ ବାହିନିକୁ ଡକାଇଥିଲେ । ତେବେ ଅଗ୍ନଶମ ବାହିନୀ ମୃତଦେହକୁ ଗାଡିରୁ ବାହାର କରିବା ପରେ ଜାଣିବାକୁ ପାଇଲେ ଯେ ଗାଡିଟି ଆନ୍ଧ୍ରରୁ ଆସୁଥିଲା । ଗାଡିରେ କେବଳ ଡ୍ରାଇଭର ଥିଲେ । ଡ୍ରାଇଭର ଜଣଙ୍କର ହୃଦଘାତରେ ମୃତ୍ୟ ଘଟିଛି । ତେବେ ଗାଡି ଚାଲୁଥିବା ସମୟରେ ଡ୍ରାଭରଙ୍କ ମୃତ୍ୟ ଘଟିଥିବା ବେଳେ ଗାଡିଟିର କୌଣସି କ୍ଷତି ହୋଇ ନାହିଁ ।