ଶିକାରୀ ଫାସରେ ଫସିଗଲା କଲରାପତିଆ: ଅନୁଗୁଳ ପୁରୁଣାକୋଟ ଜଙ୍ଗଲରୁ ବାଘକୁ ଉଦ୍ଧାର କଲେ ବନବିଭାଗ କର୍ମଚାରୀ 

106

କନକ ବ୍ୟୁରୋ: ଫାସରେ ପଡିଲା ବାଘ । ଶିକାରି ଫାସରେ ଫସିଗଲା କଲରାପତରିଆ ବାଘ । ଅନଗୁଳ ଜିଲ୍ଲା ପୁରୁଣାକୋଟ ଜଙ୍ଗଲରେ ବାଘଟି ଫାଶରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଡ଼ିଏଫଓ ପହଂଚି କଲରାପତରିଆକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ବାଘ ଉଦ୍ଧାର ସମୟର ଦୃଶ୍ୟ । ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଂଚଳ ଗୋପାଳପୁର ଗାଁ ନିକଟରେ ଶିକାରୀ ଫାସ ବସାଇଥିଲେ । ସେଇ ଫାସରେ କଲରାପତରିଆ ବାଘଟି ଫସି ଯାଇଛି । ଜାଲରେ ବାଘର ଗୋଡ ଫସି ଯାଇଛି । ଫଳରେ ସେ ବାହାରି ନପାରି ଯନ୍ତ୍ରଣାରେ ଗର୍ଜନ କରୁଛି । ଖବର ପାଇ ସାତକୋଶିଆ ଅଭୟାରଣ୍ୟ ଡିଏଫଓ ସରୋଜ ପଣ୍ଡା ଓ ଏସଏଫଓ ଶୁଭେନ୍ଦୁ ବେହେରା ପହଁଚିଥିଲେ । ଶେଷରେ ବାଘକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ପରେ କଲରାପତରିଆ ବାଘଟିକୁ ଉଦ୍ଧାର କରାଯାଇ ଯନ୍ତାରେ ଭର୍ତି କରି ନେଇଯାଇଛି ବନ ବିଭାଗ ।