ଏଥର ବୁଥ ମୁହାଁ ହେଲେ ରାଜଧାନୀବାସୀ । ୩ଟି ନିର୍ବାଚନ ପରେ ଭୋଟ ହାର ଟପିଲା ୫୦ ପ୍ରତିଶତ

128

କନକ ବ୍ୟୁରୋ : ଭୁବନେଶ୍ୱର ସହରବାସୀ ପୁରୁଣା ଦାଗକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି । ଭୋଟ ସମୟରେ ଘରେ ନ ରହି ବୁଥକୁ ଆସି ଭୋଟ ଦେଇଛନ୍ତି ।  ଲଗାତାର ଭାବେ ୨୦୦୯, ୨୦୧୪, ୨୦୧୯ରେ ଭୁବନେଶ୍ୱର ୩ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ୫୦ ପ୍ରତିଶତ ଡେଉଁ ନଥିବା ବେଳେ ଏଥର ସବୁଠି ୫୦ ପ୍ରତିଶତ ପାର କରିଛିା ସେହିପରି ୨୦୧୯ରେ ସଂସଦୀୟ କ୍ଷେତ୍ରରେ ୫୯.୧୭ ପ୍ରତିଶତ ଭୋଟ ହାର ହୋଇଥିବା ବେଳେ ଏଥର ଏହା ୩ ପ୍ରତିଶତ ବଢି ୬୨ ପ୍ରତିଶତରେ ପହଂଚିଛି ।
ନିର୍ବାଚନମଣ୍ଡଳୀ ୨୦୧୯          ୨୦୨୪
ଉତ୍ତର ଭୁବନେଶ୍ୱର ୪୭. ୯୦       ୫୧
ମଧ୍ୟ ଭୁବନେଶ୍ୱର ୪୩.୨୦          ୫୧.୧୯
ଏକାମ୍ର ଭୁବନେଶ୍ୱର ୪୯.୬୮      ୫୫.୬୦
ରାଜଧାନୀର ଭୋଟ ପ୍ରତିଶତ ବଢ଼ିବା ପରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଭୋଟ ପ୍ରତିଶତ କାହିଁକି ବଢ଼ିଲା? ଏହା କାହାକୁ ସୁହାଇବ ସେ ନେଇ ରାଜନୈତିକ ଦଳର ନେତାମାନେ ମତ ରଖିଛନ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ ଭୋଟ ପ୍ରତିଶତ ବଢ଼ିବା ଗଣତନ୍ତ୍ର ପାଇଁ ଶୁଭଙ୍କର । ନୂଆ ଭୋଟର ସଂଖ୍ୟା ବଢ଼ିଥିବାରୁ ଓ ନିର୍ବାଚନ କମିଶନଙ୍କ ସଚେତନତା ଯୋଗୁଁ ଭୋଟ ପ୍ରତିଶତ ବଢ଼ିଛି ।

ତେବେ ଭୋଟ ପ୍ରତିଶତ ବଢ଼ିବା, ନିର୍ବାଚନ ଫଳାଫଳକୁ କେତେ ପ୍ରଭାବିତ କରୁଛି, ତାହା ଆସନ୍ତା ଚାରି ତାରିଖରେ ସ୍ପଷ୍ଟ ହେବ ।