ତୃତୀୟ ଲିଙ୍ଗୀଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ରାଜି ସର୍ବୋଚ୍ଚ ନ୍ୟାୟାଳୟ

107

କନକ ବ୍ୟୁରୋ : ତୃତୀୟ ଲିଙ୍ଗୀଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନସମ୍ମତ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ତେବେ ଏନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି, ସେ ନେଇ ମତାମତ ଲୋଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଫେବ୍ରୁଆରୀ ୧୫ ସୁଦ୍ଧା ମତାମତ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି କୋର୍ଟ । ଏଥି ସହ ହାଇକୋର୍ଟଙ୍କ ନିକଟରେ ପଡି ଥିବା ଏ ସମ୍ପର୍କିତ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମାନେ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏନେଇ କୋର୍ଟରେ ମାମଲା ମଧ୍ୟ କରାଯାଇଛି ।