ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ। ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ।

108

କନକ ବ୍ୟୁରୋ: ଲୋକସେବା ଭବନ ଆଗରେ ଫିନାଇଲ ପିଇଦେଲେ ବୃଦ୍ଧ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଫିନାଇଲ ପିଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରବିନ୍ଦ୍ର ଦାସ । ଜଗତସିଂହପୁରରେ ତାଙ୍କ ଘର ହୋଇଥିବା ସୂଚନା ମିଳିଛି । ପୋଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ ରବୀନ୍ଦ୍ରଙ୍କର କଳିଙ୍ଗ ବିହାର ଅଞ୍ଚଳରେ ଏକ ପାର୍ଲର ରହିଛି । ପାର୍ଲରରେ କାମ କରୁଥିବା ଜଣେ ପିଲା ଦୋକାନରୁ ହଡପ କରିଥିଲା । ଏନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବୀନ୍ଦ୍ର । ତେବେ ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଦେଇଥିଲେ ରବୀନ୍ଦ୍ର ।