ପାଇଖାନା ଟାଙ୍କିରେ ପଡି ଦୁଇ ଉଉଣୀଙ୍କ ମୃତ୍ୟୁ । ଗଞ୍ଜାମ ତାକରଡା ଗାଁରେ ଅଭାବନୀୟ ଘଟଣା ।

141

କନକ ବ୍ୟୁରୋ: ପାଇଖାନା ଟାଙ୍କିରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଗଂଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇ ଜଣ ସିଦ୍ଧପୁର ଗାଁର ବାସୁମତି ସେଠୀ ଓ କାଳିଆ ଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ ବର୍ଷ । ଦୁଇ ଜଣ ଶିଶୁ ନିଜ ପରିବାର ସହିତ ମାମୁ ଘର ତାକରଡା ଗାଁକୁ ଆସିଥିଲେ । ସେଠାରେ ସେମାନେ ଖେଳୁଥିସେ । ହେଲେ ଅସାବଧାନତା କାରଣରୁ ପାଖରେ ଥିବା ଖୋଲା ଲାଟିନ ଭିତରେ ଖସି ପଡିଥିଲେ । ପ୍ରଥମେ ଏହି ଦୁଇ ଉଭଣୀଙ୍କ ଖୋଜ ଖବର ମିଳିନଥିଲା । ଏହାପରେ ଉଭୟଙ୍କୁ ପାଇଖାନା ଟାଂକିରୁ ଉଦ୍ଧାର କରାଯାଇଛି । ପ୍ରଥମେ ଉଭୟଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବରଗଡ ପୋଲିସ ଉଭୟଙ୍କ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି ।