ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ଓଡିଆ ସାମ୍ବାଦିକତା ଜଗତରେ ଶୋକର ଛାୟା । 

348

କନକ ବ୍ୟୁରୋ: ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ସୋମବାର ସକାଳେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ହେଲେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବା ସହିତ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାସୁଦେବ ମହାପାତ୍ର ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ରହିଥିଲେ। ସେ ତାଙ୍କ ସାମ୍ବାଦିକତା ଜୀବନ ଖବରକାଗଜରୁ ଆରମ୍ଭ କରିଥିଲେ। ଜଣେ ତୃଣମୂଳ ସ୍ତରର ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାମ୍ବାଦିକତା କରିବାରେ ତାଙ୍କର ଦକ୍ଷତା ଥିଲା।

ଗୋଦାବରୀଶ ବିଦ୍ୟାପୀଠରୁ ସ୍କୁଲ ପାଠ ପଢା ଶେଷ କରିବା ପରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ନିଜର ପିଜି ଶେଷ କରିଥିଲେ । ଏହାପରେ ବିଭିନ୍ନ ମିଡିଆ ଚ୍ୟାନେଲରେ ସେ ଏଡିଟର ରହିବା ସହିତ ଲେଖାଲେଖି ମଧ୍ୟ ଜାରି ରଖିଥିଲେ । ଆଜି ତାଙ୍କର ବିୟୋଗ ଓଡିଆ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳାଇଦେଇଛି ।