ଭଞ୍ଜନଗର ତାରସିଙ୍ଗି ରେଜ ଅଞ୍ଚଳରେ ହାତୀ ମଣିଷ ମୁଁହାମୁହିଁ: ସନ୍ଧ୍ୟା ହେଲେ ମାଟିଗାଡ଼ିଆ ଗାଁରେ ଉତ୍ପାତ କରୁଛି ଦନ୍ତା

113

କନକ ବ୍ୟୁରୋ: ହାତୀ ମଣିଷ ମୁଁହାମୁହିଁ । କବାଟ ଭାଙ୍ଗି ଘରେ ପଶିଗଲା ଦନ୍ତା ହାତୀ । ଭଂଜନଗର ଉତରଘୁମୁସର ବନଖଣ୍ଡର ତାରସିଂଗି ରେଜ ଅଚଂଳରେ ହାତୀ ମଣିଷ ମୁଁହାମୁହିଁ ହୋଇଛନ୍ତି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ଏହି ରେଂଜରେ ହାତୀ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଉଛି । ମାଟିଗାଡ଼ିଆ ଗାଁର କୌଶଲ୍ୟା ମଲ୍ଲୀକକୁ ଘରୁ ଶୋଇଥିବା ଅବସ୍ଥାରେ ହାତୀ ଟାଣି ନେବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେ ଅଳ୍ପକେ ବଂଚିଯାଛନ୍ତି । ସେହିଭଳି ଶିବ ମଳ୍ିକଙ୍କ ଘରର କବାଟ ଭାଙ୍ଗି ଘରୁ ଖାଇବା ଜୀନିଷ ନେଇଯାଇଛି ହାତୀ । ଠିକ୍ ସେହିପରି ଆଜି ଭୋରରୁ ତାରସିଂଗ ରେଜଂର ତିନି ଛକିଆ ଠାରେ ଜଣେ ୬୪ ବର୍ଷିୟ ମହିଳା ଉମା ନାଏକଙ୍କୁ ଘର ଟାଣି ନେଇଥିଲା ହାତୀ । ହାତୀ ଆକ୍ରମଣରେ ଉମାଙ୍କ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କୁ ବ୍ରହ୍ମପୁର ମେଡ଼ିକଲରେ ଭର୍ତି କରାଯାଇଛି । ହାତୀ ଭୟରେ ଲୋକେ ଗାଁରେ ସୁରକ୍ଷିତ ମଣୁନାହାଁନ୍ତି । ସଂଧ୍ୟା ହେଲେ ଗାଁ ଭାତରକୁ ହାତୀ ପଶି ଆସୁଛନ୍ତି । ଲୋକଙ୍କ ଘର କବାଟ ଭାଙ୍ଗୁଛି ଦନ୍ତା । ଘରେ ଥିବା ଧାନ ମାଣ୍ଡିଆ ଖାଉଛି । ଏଭଳି ସ୍ଥଳରେ ବନବିଭାଗ ହାତୀକୁ ଘଉଡ଼ାଇବାରେ ନାକେଦମ ହେଉଛି । ହାତୀକୁ କେବଳ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ଘୋଡ଼ାଇବା ସହ ହତୀକୁ ଜଗି ରହୁଛନ୍ତି ବନ କର୍ମଚାରୀ ।