ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ପରିଖିବା ପାଇଁ ଆସିଲେ ବିଜେପି କେନ୍ଦ୍ରୀୟ ଟିମ୍ । ହିସାଂକାଣ୍ଡ ଅଞ୍ଚଳ ବୁଲିଦେଖିବା ପରେ ଦେବେ ରିପୋର୍ଟ । ଏପଟେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା…

74

କନକ ବ୍ୟୁରୋ: ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ହୋଇଥିବା ଦଙ୍ଗା ଏବେ ରାଜନୀତିରେ ବଡ ପ୍ରସଙ୍ଗ ପାଲଟିଛି । ହିଂସାକାଣ୍ଡର ସ୍ଥିତି ଯାଞ୍ଚ କରିବା ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ ସମ୍ବଲପୁରରେ ପହଞ୍ଚିଛି । ସେପଟେ ବିଜେଡି କହିଛି ଛୋଟମୋଟ ହିଂସାକାଣ୍ଡକୁ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦେବାକୁ ଚେଷ୍ଟା କରୁଛି ବିଜେପି । ଏହାରି ଭିତରେ ହିଂସାକାଣ୍ଡକୁ ନେଇ ଏନଆଇଏ ତଦନ୍ତ ଦାବି ଘଟଣାର ଗୁରୁତ୍ୱବଢାଇ ଦେଇଛି ।

  • ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ
  • ବିଜେପି ବିରୋଧରେ ବର୍ଷିଲା ବିଜେଡି
  • ଜୋରଧରିଲା ଏନଆଇଏ ତଦନ୍ତ ଚର୍ଚ୍ଚା

ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜେଶ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବା ସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରୁ ବିମାନରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି କେନ୍ଦ୍ରୀୟ ଟିମ୍ ।

  • ବିଜେପି କେନ୍ଦ୍ରୀୟ ଟିମର ଅଭିଯୋଗ
  • ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା
  • ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି
  • ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା

ଏପଟେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି…

  • କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରୁଛି ବିଜେପି
  • ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ବଲପୁର ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍
  • ଶାନ୍ତି ଫେରୁଥିବା ବେଳେ ଆଶାନ୍ତି ସୃଷ୍ଟି କରିବାକୁ ନହେଉ ଉଦ୍ୟମ

ଅନ୍ୟପଟେ ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ପାଇଁ ରାଜ୍ୟ ବିଜେପି ନେତା ଦାବି କରି ଆସୁଛନ୍ତି । ଚର୍ଚ୍ଚା ହେଉଛି, ବିଜେପିର କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେବା ପରେ ଏନଆଇଏ ତଦନ୍ତ ପାଇଁ ବାଟ ଫିଟିପାରେ । ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନଆଇଏ ହେଉଛି…

  • ଆତଙ୍କବାଦ ନିରୋଧୀ ଯାଞ୍ଚ ସଂସ୍ଥା
  • ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏହି ଏଜେନ୍ସି ଗଠନ ହୋଇଛି
  • ଏହି ତଦନ୍ତକାରୀ ସଂସ୍ଥାକୁ ଅଧିକ କ୍ଷମତା ଦିଆଯାଇଛି
  • ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ
  • ଆତଙ୍କବାଦୀ କାର୍ଯ୍ୟକଳାପ, ନିଷିଦ୍ଧ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା କିମ୍ବା ବିକିବା
  • ଜାଲ୍ ନୋଟ କାରବାର, ମାନବ ଚାଲଣ ଆଦି ମାମଲାର ତଦନ୍ତ କରିଥାଏ ଏନଆଇଏ