ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଚୀନର ବଡ ନିଷ୍ପତି । ଦୁଇ ଦେଶଙ୍କୁ କୌଣସି ପ୍ରକାର ସାମରିକ ସହାୟତା ନଦେବା ପାଇଁ ଘୋଷଣା କଲା ଡ୍ରାଗନ

227

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ୧୪ ମାସ ପୂରିସାରିଛି । ଏବେ ବି ଚାଲିଛି ଦମନଲୀଳା । ଏହା ଭିତରେ ରୁଷକୁ ସମର୍ଥନ ଜଣାଉଥିବା ଚୀନ ନିଜର ସ୍ୱର ବଦଳାଇଛି । ରୁଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ବୋଲି କହିଛି ଚୀନ । ଏନେଇ ଘୋଷଣା କରିଛନ୍ତି ଚୀନର ବୈଦେଶିକମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ । ଚୀନ ଏକଥା ମଧ୍ୟ କହିଛି ଶାନ୍ତିପୂର୍ଣ୍ଣ ତରିକାରେ ଯୁଦ୍ଧ ଶେଷ କରିବା ସମର୍ଥନ ଦେବ ଚୀନ । ତେବେ ରୁଷକୁ ଚୀନର ରାଜନୈତିକ ଓ ଅର୍ଥନୈତିକ ସମର୍ଥନ ଜାରି ରଖିବ । ଯୁଦ୍ଧରେ ରୁଷକୁ ଚୀନ ଯୁଦ୍ଧାସ୍ତ୍ର ସହଯୋଗ କରିବ ବୋଲି ପାଶ୍ଚାତ୍ୟଦେଶ ଆଶଙ୍କା କରୁଥିଲେ କିନ୍ତୁ ଏହା ଉପରେ ପୂର୍ଣ୍ଣଛେଦ ପକାଇଛି ଚୀନର ଏହି ନୂଆ ଘୋଷଣା । ସେପଟେ ଚୀନର ଏହି ଘୋଷଣାକୁ ସ୍ୱାଗତ କରିଛି ଆମେରିକା ।

ଯୁଦ୍ଧ ଆରମ୍ଭରୁ ହିଁ ରୁଷକୁ ଆଖିବନ୍ଦ କରି ସମର୍ଥନ କରୁଛି ଚୀନ । ନିକଟରେ ଶାନ୍ତଦୁତ ସାଜି ଚୀନ ରାଷ୍ଟ୍ରପତି ରୁଷରେ ପହଁଚିଥିଲେ । ମସ୍କୋରେ ସେ ପହଁଚିବା ପରେ ଏକଥାର ଚର୍ଚ୍ଚା ମଧ୍ୟ ହୋଇଥିଲା କି ବିଶ୍ୱର ଦରବାରରେ ନିଜର ଭାବମୂର୍ତିକୁ ବଦଳାଇବା ପାଇଁ, ଭାରତ ଓ ଆମେରିକା ଉପରେ ଅଧିକ ଚାପ ପକାଇବାକୁ ଚୀନର ଏହା ଏକ ଚାଲ ଖେଳୁଛି । କିଛି ଦିନ ନପୁରୁଣୁ ଯୁଦ୍ଧକୁ ନେଇ ଚୀନ ବୈଦେଶିକମନ୍ତ୍ରୀଙ୍କ ବୟାନ ଆମେରିକା ସମେତ ସାରା ବିଶ୍ୱରେ ଆଶ୍ୱସ୍ତି ସୃଷ୍ଟି କରିଛି । ସେପଟେ ସହଯୋଗୀ ରାଷ୍ଟ୍ରଙ୍କଠୁ ଠାରୁ ଅଧିକ ସାମାରିକ ସହାୟତ ମିଳିବ ବୋଲି ୟୁକ୍ରେନ ଆଶାବ୍ୟକ୍ତ କରିଛି ।