ସଫଳ ହେଲାକି ଋଷ-ୟୁକ୍ରେନର ୪ର୍ଥ ଶାନ୍ତି ବୈଠକ: କିଭରୁ ସେନା ପ୍ରତ୍ୟାହାର ନେଇ ସଙ୍କେତ ଦେଲେ ଋଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ

244

କନକ ବ୍ୟୁରୋ: ଶେଷ ହେବ କି ଯୁଦ୍ଧ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ଏଭଳି କିଛି ସଂକେତ ମିଳିଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଅନୁଷ୍ଠିତ ବୈଠକ ପରେ ରୁଷିଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି ସଂକେତ ଦେଇଛନ୍ତି ।

ସେ କହିଛନ୍ତି ଆଗାମୀ ଦିନରେ ୟୁକ୍ରେନ ରାଜଧାନୀ କିଭ୍ରୁ ସେନା ପ୍ରତ୍ୟାହାର କରିପାରେ ରୁଷିଆ । ବୈଠକ ପରେ ୟୁକ୍ରେନରେ ନିଜ ମିଲିଟାରୀ ଅପରେସନ୍ କମାଇବାକୁ ରୁଷ ପ୍ରତିନିଧି ମଣ୍ଡଳୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ପୂର୍ବରୁ ୨୮ ଫେବ୍ରୁଆରୀ, ୧ ମାର୍ଚ୍ଚ ଓ ୭ ମାର୍ଚ୍ଚରେ ବି ଦୁଇ ଦେଶ ମଧ୍ୟରେ ଶାନ୍ତି ବୈଠକ ହୋଇଛି । ପୂର୍ବ ବୈଠକ ଅନୁସାରେ ମାନବିକତାବାଦୀ କରିଡର ଖୋଲିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।