ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ
କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ଏକାଦଶୀ ନୀତି । ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଫଳରେ ଅପରାହ୍ମ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତ । ସକାଳୁ ଦ୍ୱାରଫିଟା ପରେ ବାଜୁଛି ତେଲିଙ୍ଗି ବାଜା ସହ ଶଙ୍ଖମହୁରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପ୍ରାତଃକାଳୀନ ପୂଜା ସମାପ୍ତ ହେବା ପରେ ଦକ୍ଷିଣ ଘରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଆଣି ଶ୍ରୀଜଗନ୍ନାଥଙ୍କ ପାଖରେ ରଖି ଆଜ୍ଞା ମାଗି ନନ୍ଦିଘୋଷରେ ସ୍ଥାପନ କରାଯାଏ । ଯିଏ ରୁକ୍ମିଣୀ ସେ ହିଁ ଲକ୍ଷ୍ମୀ ଅଟନ୍ତି । ସେ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇରହିଛନ୍ତି । ତେଣୁ ଏହି ଭାବନାରେ ବର୍ତ୍ତମାନ ମନୁଷ୍ୟ ବିଗ୍ରହ ଧାରଣ କରି କୃଷ୍ଣ ରୂପରେ ଜାତ ହୋଇଥିବାରୁ ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ପତ୍ନୀ ରୂପରେ ଜାତ ହୋଇଛନ୍ତି । ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ (ଶ୍ରୀଦେବୀ)ଙ୍କ ବିବାହ ଉତ୍ସବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ରୁକ୍ମିଣୀଙ୍କୁ ମହାଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ ।
ପୁରାଣ ଅନୁସାରେ ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ୱାରକାର ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତାଙ୍କୁ ଜଣାଇଲେ । ପିତା ଭୀଷ୍ମକ ରାଜି ଥିଲେ ହେଲେ ପୁତ୍ର ରୁକ୍ମୀ ବିରୋଧ କଲେ। ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ।ଶିଶୁପାଳ ଆସିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣ ହସ୍ତରେ ଉକ୍ତ ଚିଟାଉ ପଠାଇ ଶ୍ରୀକୃଷ୍ଣ ଗୋପନରେ ତାଙ୍କୁ ନେବା ପାଇଁ ନିବେଦନ କଲେ।ପ୍ରଭୁ ମଦନମୋହନ ସାତ ପାହାଚଠାରେ ରଥରେ ବିଜେ ହୁଅନ୍ତି । ରଥକୁ ବିମାନବଡୁମାନେ କୁର୍ମବେଢ଼ାସ୍ଥିତ ବିମଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ରଖନ୍ତି । ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିରରୁ ମାହାରୀଙ୍କୁ ସାଙ୍ଗରେ ନେଇ ଗ୍ରାମ ଦେବତୀ ପୂଜା କରିବାକୁ କୁର୍ମବେଢ଼ାସ୍ଥିତ ବିମଳା ମା’ଙ୍କ ମନ୍ଦିରରେ ଆସନ୍ତି।ସେଠାରେ ପର୍ବଯାତ୍ରା ଯୋଗଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ ହୋଇ ଭିତରଛ ମହାପାତ୍ର ବିମଳାଙ୍କୁ ଗ୍ରାମଦେବତୀ ଭାବରେ ପୂଜାର୍ଚ୍ଚନା, ମହାସ୍ନାନ, ମାଜଣା ଓ ପ୍ରସାଦ ଲାଗି କରନ୍ତି । ଗ୍ରାମଦେବତୀ ବିମଳାଙ୍କ ପୂଜା ଶେଷ ହେବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ରୁକ୍ମିଣୀଙ୍କୁ ଦିଆଯାଇଥାଏ ।
ଶ୍ରୁକ୍ମିଣୀ ବିମଳାଙ୍କ ପୂଜାର୍ଚ୍ଚନା ସାରି ବାହାରକୁ ଫେରିବା ବାଟରେ ସେଠାରେ ଆଗରୁ ମଦନମୋହନ ଲୁଚି ରହିଥାନ୍ତି ଓ ସେ ଶ୍ରୀଦେବୀଙ୍କୁ ହରଣ କରନ୍ତି । ଭାଇ ରୁକ୍ମୀ ବାଧା ଦେବାରୁ ଶ୍ରୀକୃଷ୍ଣ ଯୁଦ୍ଧ କରିବାଦ୍ୱାରା ଶରାଘାତରେ ରୁକ୍ମୀଙ୍କୁ ମୁର୍ଚ୍ଛିତ ହୁଅନ୍ତି । ଭଉଣୀ ରୁକ୍ମିଣୀଙ୍କ ଅନୁରୋଧରେ କୃଷ୍ଣ ରୁକ୍ମୀଙ୍କୁ ବଧ କଲେ ନାହିଁ । ରୁକ୍ମିଣୀ ମଦନମୋହନଙ୍କ ସହ ରଥରେ ଆସୁଥିବା ସମୟରେ ସରସ୍ୱତୀଙ୍କ ମନ୍ଦିର ଆଗରେ ଶିଶୁପାଳ ବାଧା ଦେବାରୁ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କଲେ ଓ ପରେ ତାଙ୍କୁ ରଥରେ ବାନ୍ଧି ଦେଲେ । ଦକ୍ଷିଣ ଘରୁ ବଡ଼ଭାଇ ଶ୍ରୀବଳଭଦ୍ର(ଶ୍ରୀ ବଳରାମ) ଯୁଦ୍ଧକୁ ରଥରେ ବିଜେ ହୋଇ ଆସିଲେ।ହେଲେ ଭଗ୍ଣୀ ରୁକ୍ମିଣୀଙ୍କ ଅନୁରୋଧ ରକ୍ଷା କରି ଭାଇ ଶିଶୁପାଳକୁ ବଳଭଦ୍ର ବନ୍ଧନରୁ ମୁକ୍ତ କରି ଦକ୍ଷିଣ ଘରକୁ ଫେରିଆସନ୍ତି।ଏହାପରେ ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂଜକ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଯାଇଥାଏ । ଶ୍ରୀ କୃଷ୍ଣ ମାଧବପୁରଠାରେ ପ୍ରଥମ ପାଟରାଣୀ ରୁକ୍ମିଣୀଙ୍କୁ ବିବାହ କରିଥିବା କଥା କୁହାଯାଏ । ଏହି ବିବାହ ସ୍ମୃତିରେ ମାଧବପୁରଠାରେ ଏକ ମନ୍ଦିର ନିର୍ମାଣ ହୋଇ ପ୍ରତିବର୍ଷ ଏଠି ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଉଛି । ଭିତରେ ପାଣିପଡ଼ି ଶ୍ରୀମନ୍ଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯାତଭୋଗ ହୁଏ ।