ତହସିଲ ଅଫିସରେ ଆରଆଇଙ୍କ ମୃତଦେହ ଉଦ୍ଧାର : କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଲେ ସଞ୍ଜୟ ଦାସ

614

କନକ ବ୍ୟୁରୋ : କଟକ ନିଶ୍ଚିତକୋଇଲି ତହସିଲ ଆରଆଇଙ୍କ ଆତ୍ମହତ୍ୟା । ତହସିଲ କାର୍ଯ୍ୟାଳୟର ଦ୍ୱିତୀୟ ମହଲାର ଏକ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆଇଆଇ ହେଉଛନ୍ତି ସଞ୍ଜୟ ଦାସ । ଗତକାଲି ଅପରାହ୍ଣ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା’ ପିଇବାକୁ ଯିବେ ବୋଲି କହି ଯାଇଥିଲେ । ହେଲେ ଅଫିସର ଦ୍ୱିତୀୟ ମହଲାରେ ଥିବା ଏକ ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ବଦଳିକୁ ନେଇ ସଞ୍ଜୟ ଚାପରେ ଥିବା ତାଙ୍କ ଝିଅ କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଫିସରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।