ବଦଳିଲା ପାଗ, ମେଘାଛନ୍ନ ଆକାଶ : ପଶ୍ଚିମା ଝଡ଼ ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

175

କନକ ବ୍ୟୁରୋ : ବଦଳିଛି ପାଗ, ମେଘାଛନ୍ନ ହୋଇଛି ଆକାଶ । ଅନୁଭୂତ ହେଉଛି ପଶ୍ଚିମା ଝଡ଼ର ପ୍ରଭାବ । ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ୧୭ ତାରିଖରୁ ସାରା ରାଜ୍ୟରେ ଝଡ଼ବର୍ଷା ହେବ । ପବନ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ । ୧୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ପବନ ଜାରି ରହିବ । ଏହି ସମୟରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ଯାଏ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।