୬ ବର୍ଷ ତଳର ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ଉତରପ୍ରଦେଶର ସୁଲତାନପୁର କୋର୍ଟରୁ ମିଳିଲା ଜାମିନ

109

କନକ ବ୍ୟୁରୋ : ୬ ବର୍ଷ ତଳର ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ଉତରପ୍ରଦେଶର ସୁଲତାନପୁର କୋର୍ଟରୁ ମିଳିଛି ଜାମିନ । ୨୫ ହଜାର ଟଙ୍କାର ବେଲ ବଣ୍ଡ ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଏହି ଘଟଣାରେ ବିଜେପି ନେତା ବିଜୟ ମିଶ୍ରା କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆଜି ରାହୁଲ ସୁଲତାନପୁର କୋର୍ଟରେ ହାଜର ହେବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ନ୍ୟାୟାଳୟ ।