ଗାଁ ମନ୍ଦିର ପରିସରରେ ପାଠଶାଳା, ପାଠ ପଢୁଛନ୍ତି ୪୦ରୁ ଅଧିକ ଛାତ୍ରଛାତ୍ରୀ : ଭିତ୍ତିଭୂମି ଅଭାବରୁ ନିର୍ମାଣ ହୋଇପାରୁନି ସ୍କୁଲ ଘର

59

କନକ ବ୍ୟୁରୋ : ମନ୍ଦିର ପରିସରରେ ପାଠଶାଳା । ପାଖାପାଖି ୪୦ ଉର୍ଦ୍ଧ୍ୱ ପିଲା ମନ୍ଦିର ପରିସରରେ ପାଠପଢୁଥିବାର ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ମୁର୍କୁଣ୍ଡି ଗାଁ ବାଣେଶ୍ୱର ମନ୍ଦିରର । ୨୦୧୫ରୁ ଦାସ ସାହି ମୁର୍କୁଣ୍ଡି ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମରୁ ମନ୍ଦିର ପରିସରରେ ପାଠ ପଢୁଛନ୍ତି ପିଲା । ସ୍କୁଲର ନିଜସ୍ୱ ଘର ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସ୍କୁଲ ଘର ହୋଇପାରିନାହିଁ ।

ଭିତ୍ତିଭୂମି ଅଭାବରୁ ଘରକାମ ଆରମ୍ଭ ହୋଇପାରୁନଥିବା କହିଛନ୍ତି ପ୍ରଧାନଶିକ୍ଷକ । ଫଳରେ ବାଧ୍ୟହୋଇ ମନ୍ଦିର ପରିସରରେ ପାଠପଢାଯାଉଥିବା ସେ କହିଛନ୍ତି । ଅନ୍ୟପଟେ ସ୍କୁଲ ପରିସରରେ ପାଠପଢା ହେଉଥିବାରୁ ଛାତ୍ରଛାତ୍ର ବହୁ ଅସୁବିଧର ସମ୍ମୁଖୀନ ହେଉଛନ୍ତି । ପର୍ବପର୍ବାଣୀ ହେଲେ ଗାଁ ଲୋକେ ମନ୍ଦିରରେ ଭିଡ଼ ଲଗାଉଥିବାରୁ ପିଲାଙ୍କ ପାଠପଢାରେ ପ୍ରଭାବ ପଡ଼ୁଛି । ମନ୍ଦିର ପରିସର ଖୋଲା ହୋଇଥିବାରୁ ବର୍ଷା ଦିନେ ପିଲାମାନେ ପାଠପଢି ପାରୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।